ସଇଁତଲା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉଦଯାପିତ

ସିନିୟରରେ ବିବେକ, ଜୁନିୟରରେ ଦୀପା ଓ ଓମ ଚମ୍ପିୟାନ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ରମେଶ ସିଂ ଭୋଇ ଷ୍ଟାଡିୟମ ଠାରେ ୨ ଦିନ ଧରି ବାର୍ଷିକ କ୍ରୀଡା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମହାପାତ୍ରଙ୍କ ତତ୍ତ୍ୱବଧାନରେ ଶାରୀରିକ ଶିକ୍ଷକ ସୁନୀଲ ମହାପାତ୍ର ଓ ରଶ୍ମିତା ବିଶ୍ୱାଳଙ୍କ ସହଯୋଗରେ ବାଳକ ସିନିୟର ବିଭାଗ, ବାଳକ ଓ ବାଳିକା ଜୁନିୟର ବିଭାଗରେ କ୍ରୀଡା ଆୟୋଜିତ ହୋଇଥିଲା। ଏଥିରେ ୧୦୦, ୨୦୦, ୩୦୦, ୪୦୦, ୮୦୦ ମିଟର ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ ଫୁଟ, ଡ଼ିସ କସ ଥ୍ରୋ ଇତ୍ୟାଦି ପ୍ରତିଯୋଗିତାରେ ୧୨୫ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଶିକ୍ଷୟତ୍ରୀ ବାସନ୍ତୀ ହୋତା, ନିଲିପ୍ତା ବସ୍ତିଆ, ଅର୍ଚ୍ଚନା ହନୁମାନ, କମଳାକାନ୍ତ ବାଘ, ବିଶ୍ୱରଞ୍ଜନ ମେହେର, ଟେକଧର ମାଝୀ, କୃଷ୍ଣ ଚନ୍ଦ୍ର ଧରୁଆ, ଆଲୋକ ନାଏକ, ଗୌତମ ପ୍ରଧାନ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମହାପାତ୍ର, ସମ୍ମାନିତ ଅତିଥି ସ୍କୁଲ ପରିଚାଳନା ସଭାପତି ଅହଲ୍ୟା ବୁଡ଼େକ, ସିଆରସିସି ଶେଷଦେବ ପ୍ରଧାନ ଉପସ୍ଥିତ ହୋଇ ଚଳିତ ବର୍ଷ କ୍ରୀଡାରେ ସିନିୟର ବାଳକ ବିଭାଗରେ ଚମ୍ପିୟାନ ବିବେଚିତ ହୋଇଥିବା ବିବେକ ଭୋଇ, ଜୁନିୟର ବାଳିକା ବିଭାଗ ଦୀପା ପାଣ୍ଡେ ଓ ବାଳକ ବିଭାଗରେ ଓମ ସାହୁ ଚମ୍ପିୟାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଉକ୍ତ ସଭାକୁ ଶିକ୍ଷକ ଅଶୋକ ପ୍ରଧାନ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ମୋନାଲିସା ପ୍ରଧାନ, କମଳିନୀ ନନ୍ଦ, ରଶ୍ମିତା ବରିହା ଓ ମମତା ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.