ଅଳ୍ପକେ ବର୍ତ୍ତିଲେ ପୋଲିସ ଇନ୍ସପେକ୍ଟର ପୁଝାରୀ ବାବୁ

ସଡକ ସୁରକ୍ଷା ସପ୍ତାହରେ ଦୁର୍ଘଟଣା; ବେଲୁନ ଯୋଗୁଁ ବଞ୍ଚିଗଲା ଜୀବନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୋଟିଏ ପଟେ ଜାନୁୟାରୀ ୨ ରୁ ୯ ସଡକ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ ଚାଲୁଛି। ସ୍କୁଲ କଲେଜ ଗୁଡ଼ିକର ଛାତ୍ରଛାତ୍ରୀ ମାନେ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଗାଡ଼ି ଚାଳକ ମାନଙ୍କୁ ରାସ୍ତାରେ ଅଟକାଇ ହେଲମେଟ ପରିଧାନ କରିବା ପାଇଁ, ଗାଡ଼ି ଚାଳନା ବେଳେ ସିଟ ବେଲ୍ଟ ବାନ୍ଧିବା ପାଇଁ, ମଦ ପିଇ ଗାଡି ନଚଲେଇବା ପାଇଁ ଓ ଗାଡି ଚାଳନ ବେଳେ ମୋବାଇଲରେ କଥା ନହେବା ପାଇଁ ଜନ ସଚେତନତା ସୃଷ୍ଟି କରୁଛନ୍ତି। ହେଲେ ଏକ ସଡକ ଦୁ୍ଘଟଣାରେ ନର୍ଲା ଥାନା ସବ ଇନ୍ସପେକ୍ଟର ପୁଝାରୀ ବାବୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଜ ବ୍ୟକ୍ତିଗତ ହୋଣ୍ଡାଇ ଇନ୍ସେଣ୍ଟ ଗାଡ଼ି ଓଡି ୧୦ ଏମ ୦୨୨୮ ନେଇ ଭବାନୀପାଟଣା ଅଭିମୁଖେ ଯାଉଥିବା ସମୟରେ ଚିପୁଲ ବ୍ରିଜ ନିକଟସ୍ଥ ଦହଲ ରାସ୍ତା ବୁଲାଣିରେ ଦୃତ ଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାର ବହୁତ କଡ଼କୁ ଚାଲିଯିବା ସହ ପ୍ରଧାମନ୍ତ୍ରୀ ରାସ୍ତା ଉଲ୍ଲିଖିତ ଲୁହା ଫ୍ରେମ୍ ବୋର୍ଡର କଂକ୍ରିଟ ପିଲରରେ ଖୁବ୍ ଯୋରରେ ବାଡେଇ ହେବା ଫଳରେ ମଜବୁତ୍ ସିମେଣ୍ଟ କଂକ୍ରିଟ ପିଲାର ମୂଳରୁ ଉପୁଡ଼ି ଯାଇ ରାସ୍ତା ତଳକୁ ଗଡିଯିବ ସହ ଲୁହା ଫ୍ରେମ ସବୁ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଏତେ ଜୋର ଥିଲାଯେ ଗାଡ଼ିର ଇଞ୍ଜିନ ସେଫ୍ ଭାଙ୍ଗି ଭିତରକୁ ପଶିଯାଇଛି। କାରର ସାମନା ପଟ ଚୁର୍ମାର ହୋଇ ଯାଇଥିଲା। ବେଲୁନ ବାହାରି ପଡ଼ିବା ଯୋଗୁଁ ଇନ୍ସପେକ୍ଟର ଶ୍ରୀ ପୁଝାରୀ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଆଲୋଚନା ହେଉଛି। ଦୁର୍ଘଟଣାରେ ଶ୍ରୀ ପୂଝାରୀଙ୍କ ଡାହାଣ କାନ୍ଧ, ମୁଁହ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଜଣା ପଡ଼ିଛି। ନର୍ଲା ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ବୋଲେରୋରେ ଟୋଚେନ୍ କରି ଦୁର୍ଘଟଣା ସ୍ଥଳରୁ ରାସ୍ତା ଉପରକୁ କାଢି ଆଣିଥିବା ଦେଖିବାକୁ ମିଳିଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.