ଝରବାହାଲିରେ ରମେଶ ସିଂ ଭୋଇ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ, ସୁଲେକେଲା ଦଳ ଚମ୍ପିୟାନ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଅଧିନସ୍ଥ ଝରବାହାଲି ଠାରେ ୨୩ତମ ରମେଶ ସିଂ ଭୋଇ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏହାର ଫାଇନାଲ ମ୍ୟାଚରେ ଭାଟିପଡ଼ାକୁ ପେନାଲଟି ସୁଟଆଉଟ ୧-୦ ଗୋଲରେ ହରାଇ ସୁଲେକେଲା ଦଳ ଚମ୍ପିୟାନ ବିବେଚିତ ହୋଇଛି। ଗଣେଶ ଭୋଇ, ଜନ ଭୋଇ, ଦିଲୀପ ଯାନୀ ଖେଳ ପରିଚାଳନା କରିଥିଲେ। ପିଣ୍ଟୁ ବଗର୍ତ୍ତୀ, ଅକ୍ଷୟ ଘିଭେଲା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଯୁବରାଜ ବଗର୍ତ୍ତୀଙ୍କ ପରିଚାଳନାରେ ସହଯୋଗ କରିଥିଲେ। ଏହାର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ଉଭୟ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀ, ପୂର୍ବତନ ସରପଞ୍ଚ ବଜରଙ୍ଗଲାଲ ଜୈନ, ସରପଞ୍ଚଙ୍କ ପ୍ରତିନିଧି ବଳଦେବ ମାଝୀ, ଅବସରପ୍ରାପ୍ତ ଶିକ୍ଷକ ଅରବିନ୍ଦ ସୁପକାର, ପୂର୍ବତନ ସମିତି ସଭ୍ୟ ଅନନ୍ତ କାଲସାଏ, ଗୌନ୍ତିଆ ଚକ୍ରଧର ବଗର୍ତ୍ତୀ ପ୍ରମୁଖ ଯୋଗ ଦେଇ ବିଜେତା ଦଳ ଓ ଉପ ବିଜେତା ଦଳଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କମିଟିର ସଦସ୍ୟ ମଣ୍ଟୁ ଦାସ, ମମରାଜ ବୁଡ଼େକ, ବୁଲୁ ବଗର୍ତ୍ତୀ, ରାକେଶ ପ୍ରଧାନୀ, ରାଜ ପୋଢ଼, ନିକୁନ ବୁଡ଼େକ, ଆଶିଷ ବଗର୍ତ୍ତୀ, ଦେବରାଜ ବୁଡ଼େକ, ବିବେକା ବଗର୍ତ୍ତୀ, ସନାତନ ବାଗ, ଦିବ୍ୟେଶ ବଗର୍ତ୍ତୀ, ସୁଶାନ୍ତ ବଗର୍ତ୍ତୀ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.