ଭରୁଆମୁଣ୍ଡା ଓ ଆମାନାରା ପଂଚାୟତରେ ଅର୍ପଣ ରଥକୁ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଭରୁଆମୁଣ୍ଡା ଓ ଆମାନାରା ପଂଚାୟତରେ ମଙ୍ଗଳବାର ଅର୍ପଣ ରଥକୁ ସ୍ୱାଗତ କରାଯାଇଛି। ଆସନ୍ତା ଜାନୁଆରୀ ୧୭ରେ ପୁରୀ ଠାରେ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପରେ ସମସ୍ତ ଗାଁର ପ୍ରତେକ ଘରୁ ଗୋଟିଏ ମୁଠା ଅରୁଆ ଚାଉଳ ଆଉ ଗୋଟିଏ ଗୁଆ ଅଣାଯାଉଛି। ତେବେ ଭରୁଆମୁଣ୍ଡା ପଂଚାୟତର କଟିଙ୍ଗପାଣି, ଲୋଡ୍ରା, ଛୋଟ ଲୋଡ୍ରା ଓ ଭରୁଆମୁଣ୍ଡା ଗାଁଠାରେ ଏବଂ ଆମାନାରା ପଂଚାୟତର ପାୱାରତଲା ଖଳନା, ପାତାଳଘୁଟକୁରୀ, ମୋହରାଡିହୀ ଜରିଡ଼ିହି, କୋଟେନ, ଡାଲି ପଖନା, ମୁସରଙ୍ଗୀ, ଦଲଦଲି ଓ ଆମାନର ଗାଁ ଠାରେ ଏହି ରଥ ପରିଭ୍ରମଣ କରିଥିଲା। ପରିକ୍ରମା ସମୟରେ ଢୋଲ କୀର୍ତନ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଗାଁ ଉତ୍ସବମୁଖର ହୋଇଯାଇଥିଲା। ଗ୍ରାମବାସୀ ଏହି ରଥକୁ ବିପୁଳ ଭାବେ ଭକ୍ତି ସହକାରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ନିଜ ନିଜ ଘର ସମ୍ମୁଖରେ ଛୋଟି କରି କଳସରେ ନଡ଼ିଆ ରଖି ସ୍ଥାପନ କରି ପୂଜାର୍ଚନା କରିଥିଲେ। ଭରୁଆମୁଣ୍ଡା ସରପଞ୍ଚଙ୍କ ଭଜମଣୀ ଧରୁଆ ଅଧକ୍ଷତାରେ ଆୟୋଜିତ ଭରୁଆମୁଣ୍ଡା ପଂଚାୟତର ଏହି ଉତ୍ସବରେ ଶତାଧିକ ଗ୍ରାମବାସୀ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଭରତ ଲାଲ ରାଉତ, ସ୍ଥାନୀୟ ସମିତି ସଭ୍ୟା ସୁଭଦ୍ରା ମାଝୀ ପ୍ରମୁଖ ଯୋଗଦେଇଥିଲେ। ଏହା ସହ ପିଇଓ ଦୁଖିଶ୍ୟାମ ପ୍ରଧାନ, ସମାଜସେବୀ କାନ୍ତିଲାଲ ସାହୁ, ନିରଞ୍ଜନ ମାଝୀ, ହରି ମାଝୀ, ସପୁରାବାଇ ମାଝୀ ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ। ସେହିପରି ଭାବେ ଆମାନାରା ସରପଞ୍ଚ ଗଂଗେଶ୍ବରୀ ସିନ୍ହାଙ୍କ ଅଧକ୍ଷତାରେ ଆୟୋଜିତ ଆମାନାରା ପଂଚାୟତର ଏହି ଉତ୍ସରେ ସମସ୍ତ ଗ୍ରାମବାସୀ ଅଂଶଗ୍ରହଣ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ଜୁନିଅର ଇଂ ଧନଞ୍ଜୟ କାଲୋ, ସମିତି ସଭ୍ୟା ନୂତନ ନାୟକ, ଆମସେନା ସମିତି ସଭ୍ୟା ଗୌରୀ ଚୌହାନ ପ୍ରମୁଖ ପ୍ରମୁଖ ଯୋଗଦେଇଥିଲେ। ଏହା ସହିତ ପିଇଓ ରେବାରାମ ସାହୁ, ଜିଆଇଏସ ଦେଓନାରାୟଣ ମାଝୀ, ସମାଜସେବୀ ଦିଲୀପ ସିନ୍ହା, ହୀରା ନାୟକ, ଡ଼ୁମେରପାଣି ସମିତି ସଭ୍ୟ ଚୁରଣ ମାଝୀ, ଆମାନାରା ନାଏକ ସରପଞ୍ଚ ସେର ସିଂ ଠାକୁର, ବିଶେଷ ଭାବେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.