ଭାରତୀୟ କ୍ରିକେଟ ଟିମର ପୂର୍ବତନ ପେସ ବୋଲର ପ୍ରବୀଣ କୁମାରଙ୍କ ଚାଞ୍ଚଲ୍ୟକର ଖୁଲାସା

‘ଜଣେ ବ୍ୟକ୍ତି ମୋ କ୍ୟାରିୟର ଶେଷ କରିବାକୁ ଦେଇଥିଲେ ଧମକ’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ପେସ ବୋଲର ପ୍ରବୀଣ କୁମାର ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଇଣ୍ଡିଆନ ପ୍ରିମିୟର ଲିଗ ଅବସରରେ ମୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳିବାକୁ ଚାହୁଁଥିଲି । ଆରସିବିର ଜନୈକ ଅଧିକାରୀ ମୋତେ ଏକ ପେପରରେ ଦସ୍ତଖତ କରିବାକୁ କହିଥିଲେ । ମୁଁ ମୋ ପସନ୍ଦ କଥା ଆଇପିଏଲ କମିଶନର ଲଳିତ ମୋଦିଙ୍କୁ କହିଥିଲି । ସେ ଏଥିରେ ରାଗି ଯାଇଥିଲେ, ତୁମେ ହସ୍ତାକ୍ଷର କରିଛ ମାନେ ବାଙ୍ଗାଲୋର ପକ୍ଷରୁ ଖେଳିବ । ଅନ୍ୟଥା ତୁମ କ୍ୟାରିୟର ମୁଁ ଶେଷ କରିଦେବି । ସେ ଏହି ଅବସରରେ ୧୯୯୦ ଦଶକରେ ଅଧିକାଂଶ ପେସ ବୋଲର ରିଭର୍ସ ସୁଇଁ ପାଇଁ ବଲକୁ ଖରାପ କରୁଥିଲେ । ଅବଶ୍ୟ ପାକିସ୍ତାନ ଖେଳାଳି ଏଥିରେ ସିଦ୍ଧହସ୍ତ ଥିଲେ । ପ୍ରବୀଣ କହିଛନ୍ତି ବଲ ଘସିଦେଲ ରିଭସ ସୁଇଂ ହେବନି । ଏଥିପାଇଁ ଦକ୍ଷତା ଦରକାର ଯାହା କି ପାକିସ୍ତାନ ବୋଲରଙ୍କ ନିକଟରେ ଥିଲା । ସୂଚନାଯୋଗ୍ୟ, ପ୍ରବୀଣ ଅତ୍ୟଧିକ ନିଶା ସେବନ କରିବା ଯୋଗୁ ତାଙ୍କ କ୍ୟାରିୟର ଶୀଘ୍ର ଶେଷ ହୋଇଯାଇଥିଲା ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା । ଅବଶ୍ୟ ଏହାକୁ ପ୍ରବୀଣ ଖଣ୍ଡନ କରିଛନ୍ତି । ମୋତେ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରାଯାଇଛି ବୋଲି ସେ କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.