ରାୟଗଡାରେ ଆହାତ ଛାତ୍ରୀ ଦୀପାଂଜଳିକୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ

ଛାତ୍ରଛାତ୍ରୀଙ୍କୁ ସରକାରୀ କାର୍ଯ୍ୟରେ ସାମିଲ କରାଇ ପାଠ ପଢାରୁ ବଂଚିତ କରୁଛି ବିଜେଡି :ବିଜୟ ପଟ୍ଟନାୟକ

ତେଲରେ ପଡି ଛାତ୍ରୀ ଗୁରୁତର ଘଟଣାକୁ ମଣିଷକୃତ କହିଲେ ବିଜୟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଶୁକ୍ରବାର ଦିନିକିଆ ରାୟଗଡା ଜିଲ୍ଳା ଗସ୍ତ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ । ନୂଆ-ଓ ଉତ୍ସବ କାର୍ଯ୍ୟକ୍ରମରେ ଗରମ ତେଲ ଗୋଡରେ ପଡିବାରୁ ଗୁରୁତର ହୋଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିବା ଛାତ୍ରୀ ଦୀପାଂଜଳି ନାୟକଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ଏବଂ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ଏହି ଘଟଣା ଦୁର୍ଭାଗ୍ୟଜନକ ନୁହେଁ ଏହା ମଣିଷକୃତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଜିଲ୍ଳାର ବିଭିନ୍ନ କଲେଜଗୁଡିକରୁ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଅନୁଷ୍ଠାନଗୁଡିକର ଅଧ୍ୟକ୍ଷମାନଙ୍କୁ ନାଲି ଆଖି ଦେଖାଇ ବସ ଯୋଗେ ଉପସ୍ଥିତ କରାଇବା ସହ ପରୀକ୍ଷା ପାଖେଇ ଆସୁଥିବା ବେଳେ ସେମାନଙ୍କୁ ପାଠପଢାରୁ ବିରତି କରାଇବା ଏବଂ ସରକାରୀ ଖର୍ଚ୍ଚରେ ବିଭିନ୍ନ ବ୍ୟୟବହୁଳ କାର୍ଯ୍ୟକ୍ରମ କରାଇବା ଆଦୈା ଯୁକ୍ତି ସଂଗତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ମୁଁ ଜଣେ ଟିକସଦାତା ହିସାବରେ ମୋର ମତ ହେଉଛି ସରକାର ଏଭଳି କାର୍ଯ୍ୟକ୍ରମରୁ ଦୂରତା ରହିବା ଦରକାର ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶ୍ରୀ ପଟ୍ଟନାୟକ । ଯଦି ଏଭଳି କାର୍ଯ୍ୟକ୍ରମରୁ ସରକାର ବିରତି ନ ରୁହନ୍ତି ତାହା ହେଲେ କଂଗ୍ରେସ ଦଳ ତରଫରୁ ସରକାରଙ୍କ ବିରୁଦ୍ଧରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ଆମେ ତଦନ୍ତ କରିବାକୁ ଦାବି କରିବୁ ବୋଲି କହିଛନ୍ତି । ରାୟଗଡାରେ ଅନୁଷ୍ଠିତ ନୂଆ-ଓ ଉତ୍ସବ କାର୍ଯ୍ୟକ୍ରମରେ ଚରମ ଅବ୍ୟବସ୍ଥା ହୋଇଥିବାରୁ ଏହା ଏକ ସାଧାରଣ ଘଟଣା ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରୁ ଫେରିବା ପରେ ଶ୍ରୀ ପଟ୍ଟନାୟକ ଜିଲ୍ଳା କଂଗ୍ରେସର ନେତୃବୃନ୍ଦଙ୍କ ସହ ଦଳୀୟ ସଂଗଠନ ବିଷୟରେ ଆଲୋଚନା କରିବା ସହିତ ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ କଂଗ୍ରେସ ଦଳକୁ ଆହୁରି ମଜବୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ପଟ୍ଟନାୟକଙ୍କ ଏହି ଗସ୍ତ ସମୟରେ ଓପିସିସି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା,ଜିଲ୍ଳା କମିଟି ଉପସଭାପତି ତଥା ମୁଖ୍ୟ ମୁଖପାତ୍ର ଶଙ୍ର୍କଷଣ ମଙ୍ଗରାଜ,ଉପସଭାପତି ସୁନୀଲ ଚନ୍ଦ୍ର ପଣ୍ଡା, ସଂପାଦକ ଶ୍ରୀ ବର୍ଦ୍ଧନ, ରାୟଗଡା ବିଧାୟକ ପ୍ରାର୍ଥୀ କାଡ୍ରକା ଆପଲାସ୍ୱାମୀ, ଆସଲମ୍ ଖାନ, ଭୁଷଣ ବିଡିକାଙ୍କ ସମେତ ବହୁ କଂଗ୍ରେସ ଦଳୀୟ କର୍ମକର୍ତାମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.