ତାରା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଓଡିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବାସ୍ତବ ଜୀବନରେ ନାରୀମାନଙ୍କ ଆତ୍ମ ସୁରକ୍ଷା ସହିତ ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ଓଡିଶାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଆଜି ପୁରୁଷୋତ୍ତମପୁର ସ୍ଥିତ ତାରା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସହାୟତାରେ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ “ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର” ବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ସୀମାଞ୍ଚଳ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବାସୁଦେବ ମହାପାତ୍ର ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ I ଶ୍ରୀଯୁକ୍ତ ମହାପାତ୍ର ନିଜର ବକ୍ତବ୍ୟ ମାଧ୍ୟମାରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମସୁରକ୍ଷାର ପ୍ରଶିକ୍ଷଣ ଏକାନ୍ତ ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଥିଲେ I କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡିଆ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ସୁରେନ୍ଦ୍ର ନାଥ ପଣ୍ଡା ଯୋଗଦେଇ, ନାରୀ ପୁରୁଷ ଠାରୁ କୌଣସି ଗୁଣରେ ଏବଂ କୌଣସି କ୍ଷେତ୍ରରେ କମଯୋରି ନୁହେଁ । ବୈଦିକ ଯୁଗରୁ ଆରମ୍ଭ କରି ଆଜିର ନାରୀ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷ ସହ ସମକକ୍ଷ I ନାରୀର ଅନ୍ତର୍ନିହିତ ଶକ୍ତି ପୁରୁଷଠାରୁ ବହୁତ ଉର୍ଦ୍ଧ୍ବରେ ଵୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପ୍ରାଣୀ ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ନମ୍ରତା ମିଶ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ, ଛାତ୍ରୀମାନେ କିଭଳି ଆତ୍ମବିଶ୍ୱାସ ବଳରେ ନିଜକୁ ସୁରକ୍ଷିତ କରିପାରିବେ ଓ ଏଥିପାଇଁ ସେମାନଙ୍କ ଉଦ୍ୟମର ଆବଶ୍ୟକ ରହିଛି ବୋଲି ମତପ୍ରକାଶ କରିଥିଲେ। ଏଥିସହ ନିଜର ଅନୁଭୂତି ବଖାଣି ଥିଲେ I ସଂଯୋଜିକା ପ୍ରଶିକ୍ଷଣ ଅଧିକାରୀ ଶ୍ରୀମତୀ ବନିତା ଖଟେଇ ସ୍ଵାଗତ ଅଭିଭାଷଣ ସହ ଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମ ବିଷୟ ଏବଂ ତାଲିମ ଶିକ୍ଷାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ l ଅଧ୍ୟକ୍ଷ ଡ. ପଟ୍ଟନାୟକ ନିଜର ସଭାପତିତ୍ବ ଅଭିଭାଷଣରେ ଆତ୍ମ ସୁରକ୍ଷା କୌଶଳର ବିଭିନ୍ନ ଦିଗ ଓ ବର୍ତ୍ତମାନ ପରିସ୍ଥିତିରେ ଏହାର ଆବଶ୍ୟକତା ଉପରେ ଆଲୋଚନା କରି, ଛାତ୍ରୀ ମାନଙ୍କୁ ଶାରୀରିକ ତଥା ମାନସିକ ଦକ୍ଷତା ବୃଦ୍ଧିରେ କିପରି ଆତ୍ମରକ୍ଷା କୌଶଳ ସହାୟକ ହେବ ଏହି ସମ୍ପର୍କରେ ଉଦବୋଧନ ଦେଇଥିଲେ । ଏଥିସହ ସରକାରଙ୍କ ଉକ୍ତ ଯୋଜନାକୁ ସାଧୁବାଦ ଜଣାଇଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିର ଆଠ ଦିନ ବ୍ୟାପୀ ଚାଲିବ ଏବଂ ଏଥିରେ ମାଷ୍ଟର ଟ୍ରେନର ଶାକମ୍ବରୀ ସାହୁ ଏବଂ ଶ୍ରୀମତୀ କୁମାରୀ ରେସ୍ମା ପ୍ରଧାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ଆତ୍ମସୁରକ୍ଷା କୌଶଳ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଛାତ୍ରୀମାନେ ବିଭିନ୍ନ ବିପଦ ଜନକ ପରିସ୍ଥିତିରୁ ନିଜକୁ ସୁରକ୍ଷା ଦେଇପାରିବେ। ଅୟୋଜିତ ଏହି କାର୍ଯ୍ୟକ୍ରମରେ ପିଟି ଶିକ୍ଷକ ଶିବ ପ୍ରସାଦ ବେହେରା, ଗୃହ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର, ଚତୁର୍ଥ କର୍ମଚାରୀ ଶ୍ରୀ ଦିଗାମ୍ବର ପଣ୍ଡାଙ୍କ ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଭାରମ୍ଭରେ ଦୁଇଜଣ ଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ l ପରିଶେଷରେ ଶ୍ରୀମତୀ ସୁଜାତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ I

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.