ଭାନପୁର ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକଳାପ !

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା  (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଭାନପୁର ପଂଚାୟତ ସରପଞ୍ଚ ମନମୁଖୀ କାର୍ଯକଳାପ କରୁଥିବା ଅଭିଯୋଗ ହୋଇଛି। ତେବେ ପ୍ରକାଶ ଯେ ୨୦୨୧ ମସିହାରେ ସଦର ବ୍ଲକ ଭାନପୁର ପଂଚାୟତରୁ ବିଜୟ ପଣ୍ଡା ଭାନପୁର ସରପଞ୍ଚ ରୂପେ ନିର୍ବାଚିତ ହୋଇଥିଲେ। ଆଜିକୁ ନିର୍ବାଚନର ୨ ବର୍ଷରୁ ଅଧିକ ସମୟ ହୋଇସାରିଥିବା ବେଳେ ପଂଚାୟତରେ ନିୟମିତ ପଲ୍ଲୀସଭା, ଗ୍ରାମସଭା, ସ୍ୱତନ୍ତ୍ର ଗ୍ରାମସଭା, ମାସିକ ବୈଠକ ହୋଇନଥିବା ଅଭିଯୋଗ ହୋଇଛି। ଗତ ୬ମାସ ମଧ୍ୟରେ ଉକ୍ତସବୁ ବୈଠକ ବିଲକୁଲ ହୋଇନାହିଁ। ପଂଚାୟତରେ ଥିବା ଦୁଇଟି ରେଭେନ୍ୟୁ ଗ୍ରାମ ଭାନପୁର ଓ ମଶାନକୁଣ୍ଡା। ତେବେ ଦୁଇଟି ଗାଁ ମଧ୍ୟରୁ ସରପଞ୍ଚଙ୍କ ନିଜ ଗାଁ ମଶାନକୁଣ୍ଡା ହୋଇଥିବାରୁ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ନିଜର ଗାଁରେ କରୁଛନ୍ତି ଓ ଭାନପୁର ଗାଁ କୁ ଅଣଦେଖା କରୁଥିବା ଭାନପୁର ଗାଁଲୋକେ ଅଭିଯୋଗ କରିଛନ୍ତି। ଏହା ସହିତ ସରକାରୀ କାର୍ଯ୍ୟରେ ସେ ଦୁର୍ନୀତି କରୁଥିବାର ତାଙ୍କର ଦୁର୍ନୀତିର ପର୍ଦାଫାଶ ହେବାର ନିଜ ଗାଁ ମଶାନକୁଣ୍ଡାରେ ଭୟ ନାହିଁ ବୋଲି ମଧ୍ୟ ଲୋକେ ଅଭିଯୋଗ କରୁଛନ୍ତି। କେବଳ ନିଜର ସ୍ୱାର୍ଥ ପାଇଁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସବୁରେ ଦୁର୍ନୀତି କରୁଥିବାର ଗ୍ରାମବାସୀ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ମାସକରେ ଥରେ କେବଳ ପେନସନ ବାଣ୍ଟିବା ପାଇଁ ସରପଞ୍ଚ ପଂଚାୟତକୁ ଆସନ୍ତି ନଚେତ ତାଙ୍କର ଦର୍ଶନ ଦୁର୍ଲଭ ଅଟେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନେକ ସମୟରେ ପଂଚାୟତରେ ତାଲା ପଡିଥିବାରୁ ଲୋକେ ସରକାରୀ ଯୋଜନା ସବୁର ଲାଭ ଉଠାଇ ପାରୁ ନାହାନ୍ତି। ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପଂଚାୟତର ୱାର୍ଡମେମ୍ବରରୁ ନେଇ ଜଣସାଧାରଣ ସମସ୍ତେ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀ କିମ୍ବା ପଂଚାୟତ ସମିତି ନିର୍ବାଚିତ ପ୍ରତିନିଧି ଗଣ ତୁରନ୍ତ ଏହି ଅଭିଯୋଗ ଉପରେ ହସ୍ତକ୍ଷେପ କରି ଘଟଣାର ତଦନ୍ତ କରିବା ସହିତ ପଂଚାୟତରେ ହେଉଥିବା ଅବ୍ୟବସ୍ଥାର ପ୍ରତିକାର କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ପ୍ରକ୍ସିଭାବେ ସରପଞ୍ଚଙ୍କ ଭାଇ ପଂଚାୟତରେ ସର୍ବେସର୍ବା ହେବା ଦିନଠାରୁ ଏଭଳି ଅବ୍ୟବସ୍ଥା ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.