ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ପଞ୍ଚାୟତ ସମିତି ସଭାଗୃହ ରେ ଓଡ଼ିଶା ର ପାରମ୍ପରିକ ଲୋକକଳା ମାଧ୍ୟମ ରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ ବ୍ଲକ୍ ସ୍ତରୀୟ ଦିନିକିଆ କର୍ମଶାଳା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତ୍ତିକ ଓ ବ୍ଲକ୍ କଳା ଓ ସଂସ୍କୃତି ସଂଘ ର ଉପ ସଭାପତି ପ୍ରଦୀପ କୁମାର ମିଶ୍ର ଙ୍କ ମାର୍ଗଦର୍ଶନ ରେ ଅନୁଷ୍ଠିତ ହୋଇ ଯାଇଅଛି । ବ୍ଲକ୍ କଳା ଓ ସଂସ୍କୃତି ସଂଘ ଓ ବ୍ଲକ୍ ତଥା ଜିଲ୍ଲା ପ୍ରଶାସନ ସହଯୋଗରେ ସମ୍ପାଦିତ ଏହି କର୍ମଶାଳାରେ ବ୍ଲକ୍ କଳା ଓ ସଂସ୍କୃତି ସଂଘ ର ସମ୍ପାଦକ ତଥା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ବୁଲୁ ବେହେରା , ଜିଲ୍ଲା ସ୍ତରୀୟ ତାଲିମ ଶିବିର ରେ ତାଲିମ ପ୍ରାପ୍ତ ସାଧନ କର୍ମୀ କଳାକାର ଶୋଭାବନ ଭାଟି ଓ ତୁଳସୀରାମ ଅଘ୍ରିଆ ପ୍ରମୁଖ ଉପସ୍ଥିତ ରହି ଲୋକକଳା ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ରେ ସମସ୍ତ କଳାକାର ମାନଙ୍କ ସହଯୋଗ କାମନା କରିବା ସହ ବ୍ଲକ୍ ସ୍ତରରେ ଏହି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ସମସ୍ତ ଙ୍କୁ ଆହ୍ବାନ କରିଥିଲେ। ସରକାରୀ ଯୋଜନାର ସୁଫଳ ବାର୍ତ୍ତା ସର୍ବ ନିମ୍ନ ସ୍ତରରେ ବସବାସ କରୁଥିବା ଲୋକ ଙ୍କ ପାଖରେ ପହଞ୍ଚାଇବା ପାଇଁ କଳାକାର ମାନଙ୍କ ଭୂମିକା ଅତ୍ୟନ୍ତ ଆବଶ୍ୟକୀୟ ବୋଲି ମତ ବ୍ୟକ୍ତ କରିଥିଲେ। କର୍ମଶାଳା ରେ ସମସ୍ତ ପଞ୍ଚାୟତ ରୁ ଆମନ୍ତ୍ରିତ କଳାକାର ଏବଂ ବ୍ଲକ୍ କାର୍ଯ୍ୟାଳୟ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ସହ ସହଯୋଗ କରିଥିଲେ।