ମହଗାଁରେ ଘର ଜ୍ୱାଇଁଙ୍କ ଦାଦାଗିରି: ଲୋକଙ୍କୁ ମାଡ଼ ମାରୁଥିବା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ଶ୍ବଶୁର ଗାଁରେ ଉତ୍ପାତ ହେଉଛନ୍ତି ଜଣେ ଜ୍ବାଇଁ ପୁଅ। ସେ ଲୋକଙ୍କୁ ମାଡ଼ ମାରୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଠେମରା ଗ୍ରାମର ପାର୍ଥ ଗଉଡ଼ ଦେଓଗାଁ ପଞ୍ଚାୟତ ମହଗାଁ ଗ୍ରାମର ଜଣେ ଝିଅଙ୍କୁ ବାହା ହୋଇ ସେଠାରେ ଘର ଜ୍ୱାଇଁ ହୋଇ ରହୁଛନ୍ତି। ମହଗାଁ ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କେଶରୀ ଶବରଙ୍କ ପୁଅ ଦେଓଗାଁ ପଞ୍ଚାୟତ ଆଦିବାସୀ ସଙ୍ଘର ସଭାପତି ରମେଶ ଚନ୍ଦ୍ର ଶବରଙ୍କୁ ଅସ୍ତ୍ର ଦେଖାଇବା ସହ ମାଡ଼ ମାରିଥିବା ଘଟଣାରେ କେସିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ମହଗାଁ ଗ୍ରାମରେ ସେ ଘର ଜ୍ୱାଇଁ ଭାବରେ ରହି ପ୍ରତିଦିନ ପ୍ରବଳ ମଦ୍ୟପାନ କରି ଲୋକ ମାନଙ୍କୁ ଅସଭ୍ୟ ଭଷାରେ ଗାଳି ଗୁଲଜ କରି ଗାଁ ଲୋକଙ୍କ ସାଙ୍ଗରେ ବାରମ୍ବାର ଗଣ୍ଡଗୋଳ କରି ସେମାନଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି।‌ ଏହା ପୂର୍ବରୁ ମଧ୍ୟ ସେ ବାରମ୍ବାର ଗାଁରେ ରହି ଲୋକ ମାନଙ୍କୁ ଭୟଭୀତ କରି ମାଡ଼ ମାରୁଥିବାରୁ ତାଙ୍କୁ ଗାଁ ଲୋକେ ଅନେକ ଥର ବୁଝା ସୁଝା କରିଥିଲେ। ବାରମ୍ବାର କହିବା ସତ୍ୱେ ମଧ୍ୟ ସେ ଗାଁ ଲୋକଙ୍କ କଥା ମାନି ନଥିବାରୁ ଗାଁ ଲୋକେ ଏକ ମିଟିଙ୍ଗ କରି ତାଙ୍କୁ ଗାଁ ଠାରୁ ବାସନ୍ଦ କରିଥିଲେ। ଗାଁ ବାହାରେ ସେ ୨ ରୁ ୩ ବର୍ଷ ରହି ଏବେ ସେ ଆଉଥରେ ଗାଁକୁ ଧୀରେ ଧୀରେ ପ୍ରବେଶ କରି ଗାଁରେ ଆଉଥରେ ଆଡା ଜମାଇ ତାଙ୍କ ଗୁଣ୍ଡା ରାଜ ଜାରି ରଖିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଗତ ୭ ବର୍ଷ ତଳେ ଉତ୍କେଲା ପଞ୍ଚାୟତ ଠେମରା ଗ୍ରାମର ଜଣେ ଆଦିବାସୀ ଗୌତୁମ ମାଝୀଙ୍କୁ ଜୀବନରେ ମାରିଦେଇ ସେ ଜେଲରେ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଭୋଗୀ ବର୍ତ୍ତମାନ ବେଲ ରେ ଅଛନ୍ତି। ତାଙ୍କ ନାମରେ ହତ୍ୟା ମାମଲାରେ ବାରମ୍ବାର କୋର୍ଟରୁ ୱାରେଣ୍ଟ ନୋଟିସ ଜାରି ହେଉଛି କିନ୍ତୁ ସେ ପୋଲିସକୁ ଚକମା ଦେଇ ଧରାଛୁଆଁ ଦେଉନଥିବା ଚର୍ଚ୍ଚା ହେଉଛି। ଆଦିବାସୀ ମାନଙ୍କୁ ମାଡ଼ ମାରିବା ଘଟଣାରେ କେସିଙ୍ଗା ଆଦିବାସୀ ସଙ୍ଘ ସଭାପତି ମୋହନ ଶବର ଦୃଢ ନିନ୍ଦା କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ବିଷୟରେ କେସିଙ୍ଗା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ରଙ୍କୁ ପଚାରିବାରୁ ତାଙ୍କ ନାମରେ କେଶ ରୁଜୁ ହୋଇଛି ଏବଂ ତାଙ୍କୁ କାବୁ କରି ଥାନାରେ ରଖାଯାଇ ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.