ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ପଞ୍ଚାୟତ ବିରିମୁହାଣ ଗ୍ରାମବାସୀ ନୂତନ ଭାବେ ଗଠନ କରାଯାଇଥିବା ଗ୍ରାମ୍ୟ ଜଙ୍ଗଲ କମିଟିକୁ ରଦ୍ଦ କରିବା ପାଇଁ ମଙ୍ଗଳବାର ବ୍ଳକ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି। ଏବଂ ଏକ ଦାବିପତ୍ର ପ୍ରଦାନ କରି ନୂତନ ଜଙ୍ଗଲ କମିଟି ଗଠନ କରିବା ପାଇଁ ଦାବି କରିଛନ୍ତି। ଆମପାଣି ଫରେଷ୍ଟ ସେକ୍ସନ ଅଧିନ ବିରିମୁହାଣ ଗ୍ରାମର ଜଙ୍ଗଲ ଜମି କମିଟି ଗତ ୨୦୨୩ ଡିସେମ୍ବର ୨୦ ତାରିଖରେ ବନପାଳଙ୍କ ତତ୍ବାବଧାନରେ ଗଠନ କରାଯାଇଛି। ଯାହା ନିୟମ ବିରୁଦ୍ଧରେ କମିଟି ଗଠନ ହୋଇଥିବା ବିରିମୁହାଣ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର ଅନେକ ଲୋକଙ୍କ ଉପସ୍ଥିତିରେ ଏହି କମିଟି ଗଠନ ହେବା କଥା, ହେଲେ ଅଳ୍ପ କିଛି ଲୋକଙ୍କୁ ନେଇ ଉକ୍ତ ଜଙ୍ଗଲ କମିଟି ଗଠନ ହେଇଛି। ଏହାକୁ ବିରୋଧ କରି ଆଜି ବିରିମୁହାଣ ଗ୍ରାମବାସୀ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଥିଲେ। ଏବଂ ବିଡ଼ିଓଙ୍କ ଅନୁପସ୍ଥିତ ହେତୁ ବ୍ଳକ ହିସାବ ଅଧିକାରୀ ଅଶୋକ କୁମାର ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହ ଉକ୍ତ କମିଟିକୁ ରଦ୍ଦ କରି ନୂତନ ଜଙ୍ଗଲ କମିଟି ଗଠନ କରାଯାଉ ବୋଲି ସେମାନେ ଅନୁରୋଧ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ମାଗୁ ମାଝୀ, ଲଷ୍ମୀ ମାଝୀ, ତୁଳା ଗୁରମେ, ମନ ମାଝୀ, କର୍ଣ ମାଝି, ସୋମବାରୁ ମାଝୀ, ବାମନ ମାଝୀ, ନନ୍ଦୁ ମାଝୀ, ସୁଧୀର ପୂଝରୀ, ଦୁଷ୍ମନ୍ତ ମାଝୀ, ସୁଧାର ପୂଝରୀ, ନବୀନ ମାଝୀ ପ୍ରମୁଖ ସମେତ ଅନେକ ଲୋକ ଉପସ୍ଥିତ ରହିଥିଲେ।