ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଦେଣ୍ଡୋଗୁଡା ଗ୍ରାମର ସମାଜସେବୀ କମଳଲୋଚନ ପୋଢଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ମଳକଣ୍ଠକ ରୋଗର ଖ୍ୟାତନାମା ଚିକିତ୍ସକ ଥିବାବେଳେ ଛତିଶଗଡ଼ର ମହସମୁଦରେ ମଧ୍ୟ ତାଙ୍କର କ୍ଲିନିକ ଥିଲା। ସେ କଳାହାଣ୍ଡି, ବଲାଙ୍ଗୀର ସମେତ ଛତିଶଗଡ଼ର ଗରିବ ଲୋକମାନଙ୍କୁ ମାଗଣାରେ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦେଉଥିଲେ। ତେବେ ଦେଣ୍ଡୋଗୁଡା ସ୍ଥିତ ତାଙ୍କ ବାସଭବନରେ ହୃଦଘାତରେ ସେ ମୃତ୍ୟୁବରଣ କରିଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଦୁଇପୁଅ ରାଜେଶ, ମୁକେଶ, ପୁତ୍ରବଧୂ, ନାତିନାତୁଣୀ, ଜ୍ବାଇଁ ପ୍ରେମଲାଲ ରାଉତ, ଝିଅ କସ୍ତୁରୀ ରାଉତ ଓ ଭାଇ ବନ୍ଧୁମାନେ ଉପସ୍ଥିତ ଥିଲେ। ଗାଁ ମଣିଣୀରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଶ୍ରୀ ପୋଢଙ୍କ ବିୟୋଗରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ମିଡ଼ିଆ ସେଲ୍ ଅଧ୍ୟକ୍ଷ ତଥା ଓଡ଼ିଆ ବାର୍ତ୍ତା ମୁଖ୍ୟ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ବରିଷ୍ଠ ଯାଦବ ନେତୃତ୍ବ ତଥା ରେଖପୁର ଗୈାନ୍ତିଆ ଟଙ୍କଧର ଭୋଇ, ଗଦନ ରାଉତ ପ୍ରମୁଖଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।