ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଳାର ପ୍ରସିଦ୍ଧ ଶକ୍ତି ପୀଠ ମା ତାରା ତାରିଣୀ ମନ୍ଦିରକୁ ଆସୁଥିବା ଗାଡ଼ି ମୋଟର ଗୁଡ଼ିକ କିପରି ଠିକ ଭାବେ ଯାତାୟାତ କରିପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ୫-ଟି ଅଧକ୍ଷ ଭିକେ ପାଣ୍ଡିଆନଙ୍କ ସହଯୋଗରେ ରାସ୍ତାର ପ୍ରଶସ୍ତି କରଣ ନିମନ୍ତେ ତାରାତାରିଣୀ ଛକ ଠାରୁ ମନ୍ଦିର ତଳ ସିଂହଦ୍ୱାର ପର୍ଯ୍ୟନ୍ତ ପ୍ରଥମ ସୋପାନ କାର୍ଯ୍ୟ ସରିଯାଇ ଥିବା ବେଳେ ଏବେ ୨ୟ ପର୍ଯ୍ୟାୟ ରାସ୍ତା ପାଈଁ ସେହି ତଳ ସିଂହଦ୍ୱାର ଠାରୁ ରଣଝାଲି ପଞ୍ଚାୟତ ଅନ୍ତର୍ଗତ ମକୁନ୍ଦପୁର ପର୍ଯ୍ୟନ୍ତ ୭ମିଟର ଓସାର ଏବଂ ୩କିମି ରାସ୍ତା ନିମନ୍ତେ ଶିଳାନ୍ୟାସ ଉତ୍ସବ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି। ଏହି ରାସ୍ତା ପାଇଁ ଅନୁମାନିକ ୭କୋଟି ୪୦ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବ୍ୟୟ ବରାଦ ହୋଇଅଛି। ପୂର୍ତ୍ତ ବିଭାଗ ଅଧୀନରେ ଏହି କାମ ଚାଲୁଅଛି। ଏହାଦ୍ୱାରା ମାଙ୍କ ପାଖକୁ ଆସୁଥିବା ଭକ୍ତ ଏବଂ ଗାଡ଼ି ଚାଳକମାନଙ୍କର ସୁବିଧା ହୋଇ ପାରିବା ସହିତ ଓସାର ରାସ୍ତା ଯୋଗୁଁ ଦୁର୍ଘଟଣା ମଧ୍ୟ କିଛି ମାତ୍ରାରେ ରକ୍ଷା ପାଇ ପାରିବ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଜେଇ ସୋନିଆ ପ୍ରଧାନ, ଏସଡ଼ିଓ ମଳୟ କୁମାର ସାହୁ, ୱାର୍କ ସରକାର ପର୍ଶୁ ରାମ ଗୌଡ଼, ଠିକାଦାର ତ୍ରିଲୋଚନ ସାମନ୍ତରାୟ , ରଣଝାଲି ସରପଞ୍ଚ ସ୍ୱାମୀ ଭଗବାନ ପ୍ରଧାନ, ସଦାନନ୍ଦ ଦୋରା, ଡ଼ାକ ବେହେରାଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ।