ପଞ୍ଚାୟତସ୍ତରର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ: ପ୍ରସାଦ ସେବନରେ ଅବ୍ୟବସ୍ଥା, ଭିଡିଓ ଭାଇରାଲ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଶ୍ରୀକ୍ଷେତ୍ର ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଫଳତାର ସହ ସମାପନ ହୋଇଯାଇଛି। ଏହି ଐତିହାସିକ ମୁହୂର୍ତ୍ତର ସିଧା ପ୍ରସାରଣ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାସ୍ତର ପର୍ଯ୍ୟନ୍ତ କରାଯାଇଥିଲା। ତେବେ କେତେକ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ହୋଇଥିବା ଦେଖାଦେଇଛି। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ପ୍ରତି ପଞ୍ଚାୟତକୁ ଯଥେଷ୍ଟ ଅନୁଦାନ ଯୋଗାଇ ଦିଆଯାଇଥିବା ଜଣାପଡିଛି। ହେଲେ ଏହି ଟଙ୍କାକୁ ଚଳୁ କରି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆଘାତ ପହଞ୍ଚିବା ଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି କୋକସରା ବ୍ଲକ କାଉଡୋଳା ପଞ୍ଚାୟତରେ, ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ  ଘୁରିବୁଲୁଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେତେକ ମହିଳାଙ୍କୁ ଅନ୍ନ ପ୍ରସାଦ ମିଳି ନଥିବାରୁ ସେମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ କାର୍ଯ୍ୟକ୍ରମକୁ କିଛି ଅସାଧୁ କର୍ମଚାରୀ ଓ ଲୋକ ପ୍ରତିନିଧି ଚଳୁ କରି ଶ୍ରଦ୍ଧାଳୁ ଭକ୍ତଙ୍କ ମନରେ ଆଘାତ ଦେଇଥିବା ଘଟଣା ସବୁଠି ଚର୍ଚ୍ଚା ଚାଲିଛି। ଏହି ଅସାଧୁ କର୍ମଚାରୀମାନଙ୍କ ପ୍ରତି କଠୋର ପଦକ୍ଷେପ ନେବାକୁ ସାମାଜିକ ଗଣମାଧ୍ୟମରେ ଦାବୀ ହେଉଛି। ଏନେଇ କାଉଡୋଳା ସରପଞ୍ଚ ଦେବିସିଂ ତାଣ୍ଡିଙ୍କ ପ୍ରତିକ୍ରିୟା ନେବାରୁ ଆମେ ୩ ଶହ ଲୋକଙ୍କ ପାଇଁ ବ୍ୟବସ୍ଥା କରିଥିଲୁ, ୨ ଘଣ୍ଟା ସମୟରେ ଆମକୁ ଖାଇବାକୁ ଦିଅ କହି ପାଟିତୁଣ୍ଡ କରିଥିଲେ ବୋଲି ସଫେଇ ଦେଇଛନ୍ତି। ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୋହିତ ଠାକୁରଙ୍କୁ ପଚାରିବାରୁ ଆମେ ୫ ଶହ ଲୋକଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରିଥିଲୁ ଓ ଅପରାହ୍ନ ୩ ଟା ଅଧେ ପର୍ଯ୍ୟନ୍ତ ପ୍ରସାଦ ବଣ୍ଟନ କରାଯାଇଥିଲା ବୋଲି କହିଥିଲେ। ଉଭୟ ସରପଞ୍ଚ ଓ ପିଇଓଙ୍କ ପ୍ରତିକ୍ରିୟା ତାଲମେଲ ଖାଉ ନଥିବା ବେଳେ ଭାଇରାଲ ଭିଡିଓ କଥା ସତ୍ୟତା ଥିବା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ। ଏନେଇ କୋକସରା ବିଡିଓ ସ୍ନେହପ୍ରଭା ମାଝୀଙ୍କୁ ପଚାରିବାରୁ ଆମେ ପଞ୍ଚାୟତ ସ୍ତରରେ ପିଇଓ ଓ ସରପଞ୍ଚଙ୍କୁ ଦାଇତ୍ୱ ଦେଇଥିଲୁ, କିଛି ଯାଗାରେ ଅବ୍ୟବସ୍ଥା ହେଇଥିବ ବୋଲି ପ୍ରତିକ୍ରିୟା ରଖିଥିଲେ। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.