କଳାହାଣ୍ଡି/ ଓଡିଆ ବାର୍ତ୍ତା (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଟିପିଗୁଡା ଉଚ୍ଚବିଦ୍ୟାପୀଠ ପରିସରରେ ଭାଷା, ସାହିତ୍ୟ ଓ ସୃଜଶୀଳତାର ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଘନଶ୍ୟାମ ସାଙ୍କ ଅଧ୍ୟକ୍ଷତାରେ ବୋର୍ଡର ସେକେଣ୍ଡାରି ସ୍କୁଲର ଅଧ୍ୟକ୍ଷ ନିତ୍ୟାନନ୍ଦ ନାଥ ଶର୍ମା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅବସର ପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ବକ୍ତା, ସମାଜସେବୀ ରାଜେଶ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନକୁ ପୁରସ୍କୃତ କରାଯାଇଥିଲା। ଜୈବ ବିଭିଦତାରେ ନରେଶ ନାଏକ, ଚନ୍ଦ୍ରଧ୍ଵଜ ନାଏକ, ଭୂପେନ୍ଦ୍ର ତାଣ୍ଡି, ଖାଦ୍ୟ ପ୍ରକଲ୍ପ ରେ ହେମଙ୍ଗିନି ମାଝୀ, ସାବିତ୍ରୀ ପଣ୍ଡା, କମେଶ୍ୱରି ତାଣ୍ଡି। ଭାଷା ଓ ସାହିତ୍ୟ ରେ ମନ୍ମଥ ଭଇଁସାଲ, ମୁକେଶ ମାଝୀ କ୍ଷୀରସିନ୍ଧୁ ନାଏକ ଯଥା କ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିଲେ। ବିଜ୍ଞାନ ଶିକ୍ଷକ ନିରଞ୍ଜନ ମୁଦୁଲି ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂସ୍କୃତ ଶିକ୍ଷକ କୃଷ୍ଣଚନ୍ଦ୍ର ପୃଷ୍ଠି ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗଣେଷ ଆଚର୍ୟ୍ଯ, ଦୁଃଖୁରାମ ନାଏକ, ଭକ୍ତ ଘି, ବୁଦମନ୍ ଘି, ସୀତାପତି କୋଲଥିଆ ପ୍ରମୁଖ ସହଯୋଗ କରିଥିଲେ।