ଓଡିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସ୍ରୁଜନଶୀଳତା ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆଙ୍କ ଅଧ୍ୟକ୍ଷତାରେ ବେହେରା ସରପଞ୍ଚ କୁମୁଦିନୀ ଗଇଁତା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ ମୂଖ୍ଯ ଅତିଥି ଭାବେ ଯୋଗଦେଇଥିବା ବେଳେ ଲଖୀରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଜନୀତି ବିଜ୍ଞାନ ଅଧ୍ୟାପକ ମୋହନ ଚରଣ ବିଷି ମୂଖ୍ଯ ବକ୍ତା ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଭକ୍ତ ଚରଣ ଭୋଇ, କାମେଶ୍ୱର ସିଂ, ରାମଚନ୍ଦ୍ର ରଣା, ପୁରାତନ ଛାତ୍ର ରଜତ ବଂଶଲ ପ୍ରମୂଖ ମଞ୍ଚାସୀନ ଥିଲେ। ଏହି ଉତ୍ସବରେ ଜୀଜ୍ଞାସା, ସାହିତ୍ୟ ସ୍ରୁଜନୀ, କୌଶଳୀ ଓ କ୍ରିଡାଙ୍ଗନା କ୍ଲବର ଛାତ୍ରଛାତ୍ରୀ ମାନେ ବିଜ୍ଞାନ, ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ କ୍ରିଡା ଉପରେ ମଡେଲ ତିଆରି କରି ଅତିଥି ମାନଙ୍କୁ ସେ ବିଷୟରେ ଅବଗତ କରାଇଥିଲେ। ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ହିନ୍ଦୀ ଶିକ୍ଷକ ଚକ୍ରଧର ବାରିକ ପରିଚାଳନା କରିଥିବା ବେଳେ ଶିକ୍ଷକ ସଚ୍ଚିଦାନନ୍ଦ ଗଉଡ, ନରେନ୍ଦ୍ର ନାଏକ, ଜୀତେନ୍ଦ୍ର ନାଏକ, ପ୍ରେମଲାଲ କାଣ୍ଡ, ସ୍ମ୍ରୁତି ରଞ୍ଜନ ନାଏକ, ଚନ୍ଦନ ରାଉତ, କ୍ରୁପାସିନ୍ଧୁ ବେହେରା, ରମେଶ କୁମାର ବେହେରା, ହରେକୃଷ୍ଣ ପ୍ରଧାନ, ଶିକ୍ଷୟତ୍ରୀ ମୋନାଲିସା ନାଏକ ପ୍ରମୂଖ ସହଯୋଗ କରିଥିଲେ।