୪ର୍ଥ ପର୍ଯ୍ୟାୟ ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ: ନୂଆପଡା ଜିଲ୍ଲାର ୩୩ଟି ହାଇସ୍କୁଲ ସାମିଲ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଓଡିଶାର ୫ଟି ଜିଲ୍ଲା ଯଥା; ସମ୍ବଲପୁର, ମୟୁରଭଞ୍ଜ, ରାୟଗଡା, ବଲାଙ୍ଗୀର ଓ ନୂଆପଡା ଠାରେ ୪ର୍ଥ ପର୍ଯ୍ୟାୟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପରିପେକ୍ଷୀରେ ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ଼ ରାଜୀବ ଗାନ୍ଧୀ ମିନି ଷ୍ଟାଡିଅମ ଠାରେ ୪ର୍ଥ ପର୍ଯ୍ୟାୟ ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ସର୍ବମୋଟ ୩୩ଟି ହାଇସ୍କୁଲ ଏଥିରେ ସାମିଲ ହୋଇ ରୂପାନ୍ତରିତ ହୋଇଅଛି। ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଭଗତ ସିଂ ମାଝୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବିଶିଷ୍ଠ ଅତିଥି ରୂପେ ନୂଆପଡା ବିଧାୟକଙ୍କ ପ୍ରତିନିଧି ଜୟ ଢୋଲକିଆ, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା କୋଡିନେଟର ରାମଲାଲ ହଂସ, ଜିଲ୍ଲା ପରିଷଦ ଉପାଧକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଭାନୁ ପ୍ରତାପ ସିଂ ମାଝୀ, ମୁରଲୀ ଭୋଇ, ଭରତ ରାଉତ, କୋମନା ବ୍ଲକ ପଂଚାୟତ ସମିତି ଅଧକ୍ଷା ଅନସୂୟା କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡ଼ ମାଧ୍ୟମରେ ସମସ୍ତ ଜିଲ୍ଲା ସହିତ ଯୋଡି ହୋଇ ଏହି କାର୍ଯ୍ୟକ୍ରମରେ ସମସ୍ତ ରୂପାନ୍ତରିତ ହାଇସ୍କୁଲକୁ ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ତରବୋଡ଼ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ପ୍ରିୟଦର୍ଶିନୀ ତାଣ୍ଡି ନୂଆପଡା ଜିଲ୍ଲା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହିତ ରୂପାନ୍ତରିତ ହାଇସ୍କୁଲର ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଭରଚୁଆଲ ମୋଡ଼ ମାଧ୍ୟମରେ ପରିପ୍ରକାଶ କରିଥିଲେ। ନୂଆପଡା ଉପ ଜିଲ୍ଲପାଳ ସୁବାଷ ଚନ୍ଦ୍ର ରାଇତ, ନୂଆପଡା ଜିଲ୍ଲା ପିଡି ଡିଆରଡିଏ ମଧୁଛନ୍ଦା ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, କୋମନା ବିଡ଼ିଓ ହିତାଂଶୁ ସାମଲ, ନୂଆପଡା ବିଡ଼ିଓ ବିପିନ ବିହାରୀ ଦୀପ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.