ନର୍ଲା ଡିଗ୍ରୀ କଲେଜରେ ଓଡିଆ ସାହିତ୍ୟ ପ୍ରତିଯୋଗୀତା ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତ ସମିତି  ଡିଗ୍ରୀ ମହାବିଦ୍ୟାଳୟ ନର୍ଲାଠାରେ ତିନି ଦିନ ଧରି ଚାଲିଥିବା ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗୀତା ଶନିବାର ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଗ୍ରୀ କଲେଜର ସଭାପତି କ୍ଷୀରସିନ୍ଧୁ ସାହୁ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଅନିରୁଦ୍ଧ ସାହୁ, ଇଂରାଜୀ ଅଧ୍ୟାପିକା  ବାସନ୍ତୀ ସାହୁ, ଅଧ୍ୟାପକ ରମେଶ ଚନ୍ଦ୍ର ଘଡେଇ ପ୍ରମୁଖ ମଞ୍ଚାସୀନ ଥିଲେ। ଅଧ୍ୟାପକ ସୁଶାନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଜଗନ୍ନାଥ ସଂସ୍କୃତି ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୋଚକ ଭାବେ କବି ପଦ୍ମଲୋଚନ ମିଶ୍ର ଓ ଅଧ୍ୟାପକ ସମୀର ମହାପାତ୍ର ଯୋଗଦେଇ ଜଗନ୍ନାଥ ସଂସ୍କୃତିର ବିସ୍ତୃତ କଳେବର ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଛାତ୍ର ଭୀମ ଗଉଡ ‘ଆଦିବାସୀ ସଂପ୍ରଦାୟରେ ଜଗନ୍ନାଥ ତତ୍ବ’ ଶିର୍ଷକ ସନ୍ଦର୍ଭ ଉପସ୍ଥାପନ କରିଥିବାବେଳେ କଲେଜର ସମସ୍ତ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ଶିକ୍ଷାର୍ଥୀ ମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ। ଡିଗ୍ରୀ କଲେଜର ଅଧ୍ୟାପିକା ସଂଘମିତ୍ରା ପଣ୍ଡା,  ଅଧ୍ୟାପିକା କୌଶଲ୍ୟା ଗଡବା, ସନ୍ତୋଷ ନାଏକ, ଶାରିରୀକ ଶିକ୍ଷକ କ୍ଷୀତିଶଚନ୍ଦ୍ର ବଗର୍ତ୍ତି, ପାର୍ବତୀ ଦାସ, ମନୋଜ ନନ୍ଦ, ବୁଲୁ ଥନାପତି, ଗରୁଡ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.