ନୂଆପଡା,୧୫/୬ : ମାଓ ପ୍ରବଣ ଇଲାକା ନୂଆପଡାରେ କଟକଣା ସତ୍ତ୍ବେ ଜଣେ ବିଦେଶିନୀ ପ୍ରବେଶ କରିଥିବାନେଇ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି । ଶୁକ୍ରବାର ଏହି ବିଦେଶିନୀକୁ ଏକ ଫାମ ହାଉସରୁ ପୋଲିସ ଉଦ୍ଧାର କରିଛି । ପୋଲିସକୁ ସୂଚନା ନଦେଇ ଏହି ବିଦେଶିନୀ ଜଣକ ସଦର ଥାନା ସ୍ଥିତ ନନ୍ଦ ଫାମ ହାଉସରେ ଗତ ଦୁଇ ଦିନ ତଳୁ ଆସି ରହୁଥିଲେ । ବିଦେଶିନୀ ଜଣକ ଆମେରିକା ର ନାଗରିକ ଓ ତାଙ୍କ ନାମ ଏମ ସି କୁଲଅଫ ମିଚେଲ ଲିଗ ବୋଲି ଜଣା ପଡିଛି । ଆମେରିକା ର କଲରାଡୋ ଅଂଚଳର ଏହି ବିଦେଶିନୀ ଏହି ଅଞ୍ଚଳରେ ରହୁଥିବା କେନ୍ଦ୍ରୀୟ ଗୁଇନ୍ଦା ବିଭାଗରୁ ଖବର ପାଇ ଜିଲ୍ଲା ଗୁଇନ୍ଦା ବିଭାଗ (ପୋଲିସ ) ଗୁରୁବାର ମଧ୍ୟାନ୍ନରେ ଫାର୍ମ ହାଉସ ଉପରେ ଚଢ଼ାଉ କରିଥିଲେ । ବିଦେଶିନୀ ଓ ତାଙ୍କ ଜଣେ ସହଯୋଗୀ ଡାନିଏଲଙ୍କୁ ପୋଲିସ ସେଠାରୁ ଉଦ୍ଧାର କରି ଥିଲେ ।ତେବେ ଡାନିଏଲ ବଲାଙ୍ଗୀର ଜିଲ୍ଲାର ବୋଲି ପୋଲିସକୁ କହିଥିଲେ ଓ ବିଦେଶିନୀ ଛେଳି ବ୍ୟବସାୟ ପାଇଁ ଆସିଥିବା ପ୍ରକାଶ କରିଥିଲେ । ତେବେ ବିଦେଶିନୀ ଛେଳି ବ୍ୟବସାୟ ଦେଖାଇ ଭିଜା ଆବେଦନ କରିଛନ୍ତି । ଯାହା ଗତ ୨୦୧୪ ଅକ୍ଟୋବର ୧ତାରିଖରୁ ୨୦୧୯ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଅଛି । ସେଠାରେ ପୋଲିସ ଛାନ ଭିନ୍ କରିଥିଲା ଓ ପଚରା ଉଚୁରା ପରେ ବିଦେଶିନୀ ଙ୍କୁ ଛାଡି ଦେଇ ଥିଲା । ବିଦେଶିନୀ ଜଣକ ନୂଆପଡା ରୁ ଝାରସୁଗୁଡା ଅଭିମୁଖେ ଯାତ୍ରା କରି ଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇