ଭାରସାମ୍ୟ ହରାଇ ଓଲଟିଲା କାର, ଗୋଟିଏ ପରିବାରର ୪ ଆହାତ

କୋକସରା,୧୫/୬ : କୋକସରା ବ୍ଲକ ଆମପାଣି ଥାନା କାଉଡୋଲା- ମହାଜନଗୁଡା ଜାତୀୟ ରାଜପଥ ୨୬ ରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଗୋଟିଏ ପରିବାରର ୪ ଜଣ ଆହାତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଶିଶୁ ଥିବା ଜଣାପଡିଛି । ସମସ୍ତଙ୍କୁ ୧୦୮ ଆମ୍ବଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇ ଥିବା ଜଣାପଡିଛି । ସୂଚନା ଅନୁସାରେ ଓଡି ୦୨ ଏକ୍ୟୁ ୭୫୦୫ ସୁଇପ୍ ଡିଜାର କାରରେ ଧର୍ମଗଡ ଥାନା ଏଏସ୍ଆଇ ମୋରାର୍ଜି ଭୋଇ ତାଙ୍କ ସ୍ତ୍ରୀ ସାରଦା ସା (୪୦) ଧିରଜ (୭) ଓ ସଞ୍ଜନା ଭୋଇ (୧୧) ଭବାନୀପାଟଣା ରୁ ଆମପାଣି ଆସୁଥିବା ବେଳେ କାଉଡୋଲା ଓ ମହାଜନଗୁଡା ରସ୍ତା ମଝିରେ ଭାରସାମ୍ୟ ହରାଇ କାରଟି ରାସ୍ତା ତଲକୁ ଚାଲିଯାଇ ଓଲଟି ପଡିଥିଲା । ରାସ୍ତାରେ ଯିବାଆସିବା କରୁଥିବା ଲୋକେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ସେଠାରୁ ଉଦ୍ଧାରକରି ୧୦୮ ଆମ୍ବୁଲନ୍ସ ଯୋଗେ କୋକସରା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ଖବରପାଇ ଘଟଣା ସ୍ଥଲେ ଆମପାଣି ପୋଳିସ ପହଞ୍ଚି ପରିସ୍ଥିତିକୁ ଅନୁଦ୍ଧ୍ୟାନ କରିଛି ।

Omkar Vasthu
Omkar Vasthu
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Pearl dental clinic
Near Ashish Medical Store, Bhawanipatna

Like us on Facebook👇

Udyog Nursery
Udyogi Nursery

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.