ଶ୍ରୀରାମ ଲାଲାଙ୍କ ପାଇଁ ସର୍ଗିଗୁଡାରେ ଗାୟତ୍ରୀ ଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ଭାରତ ବର୍ଷରେ ରାମମୟ ପରିବେଶ ସୃଷ୍ଟି ହୋଇ ପଡିଥିବା ବେଳେ ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାରେ ମଧ୍ୟ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବେଳେ ଅନୁଷ୍ଠିତ ହୋଇ ଯାଇଛି ଗାୟତ୍ରୀ ପୂଜନ ଓ ଯଜ୍ଞ । କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ତଥା ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ନାଏକଙ୍କ ନେତୃତ୍ୱରେ ଭକ୍ତରାମ ନାଏକ , ମୋହନ ସାହୁ, ଘନଶ୍ୟାମ ଭୋଇ, ପ୍ରଫୁଲ୍ଲ ନାଗ, ପଙ୍କଜ ପଧାନ ପ୍ରମୁଖଙ୍କ ସମେତ ଶତାଧିକ ଭକ୍ତବୃନ୍ଦ ସଂକୀର୍ତ୍ତନ ମଣ୍ଡଳୀ ସହ ଏକ ସୁସଜ୍ଜିତ ରଥରେ ରାମ ଲାଲାଙ୍କୁ ନଗର ପରିକ୍ରମା କରାଇଥିଲେ । ସର୍ଗିଗୁଡା ଗ୍ରାମର ସମସ୍ତଙ୍କ ଦୁଆରେ ମୁରୁଜରେ ଝୋଟି କରି କଳସ ସ୍ଥାପନା ପୂର୍ବକ ରାମଲାଲାଙ୍କୁ ବନ୍ଦାପନା କରି ସ୍ୱାଗତ ଜଣାଇଥିଲେ । ସର୍ଗିଗୁଡାର ସମସ୍ତ ସାହି ପରିକ୍ରମା ପରେ ପ୍ରହରୀ ମଣ୍ଡପ ଠାରେ ଗାୟତ୍ରୀ ପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡି ଜିଲ୍ଲା ପ୍ରଭାରୀ ତପନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗାୟତ୍ରୀ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅଶୋକ ପେଣ୍ଠୋଇ ପ୍ରବଚନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନର୍ଲା ବ୍ଲକ ସଂଯୋଜକ ଚକ୍ରଧର ସା, ଜହରଲାଲ ବିଶ୍ୱାଳ, ସୁଦାମ ମିଶ୍ର, କମରଲାଲ ଜୈନ, ଫକୀର ପୁଟେଲ ପ୍ରମୁଖ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ । ସଂଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଓ ଦୀପଯଜ୍ଞ ଅନୁଷ୍ଠିତ ହୋଇଥିଲା । ଭକ୍ତ ପ୍ରଦୀପ କୁମାର ନାଏକ ଦୈନନ୍ଦିନି କାର୍ଯ୍ୟଶୈଳୀ ରେ ମାର୍ଜନା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଓ ୫୦୦ ବର୍ଷ ଧରି ଭକ୍ତଙ୍କ ରାମଲାଲାଙ୍କୁ ଚାତକ ନୟନରେ ଚାହିଁରହିଥିବା ପ୍ରସଙ୍ଗ ଓ ଭାବବେଗ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ନର୍ଲା ଗାୟତ୍ରୀ ପରିବାରର ପ୍ରବଚିକା ସଂଘମିତ୍ରା ସାହୁ ଦୀପଯଜ୍ଞ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣ ସାହୁ, ଉଗ୍ରେସନ ଗଉଡ, ପ୍ରଫୁଲ୍ଲ ନାଗ, ପୁଷ୍ପା ବେହେରା, ଗିରିସୂତା ସା, ପରମେଶ୍ୱର ବିଶ୍ୱାଳ, କୁମୁଦ ନାଏକ,ଅଜୟ ନାଏକ, ବିଜୟ ନାଏକ, ନିହାର ନାଏକ, ସମିର ନାଏକ, ଠାକୁର ବେହେରା, ଖଗେଶ୍ୱର ବିଶ୍ବାଳ, ରମେଶ ବିଶ୍ୱାଳ, ଗିରିସୁତା ନାଏକ, ସାବେତ୍ରୀ ବିଶ୍ୱାଳ, ଶଶିଦେବ ନାଗ, ଯଦୁମଣି ମାଝୀ, ନାରାୟଣ ବେହେରା ପ୍ରମୁଖ ଉପସ୍ତିତ ରହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଜୟ ଶ୍ରୀରାମ ଧ୍ୟନୀରେ ପ୍ରକମ୍ପିତ ହୋଇଉଠିଥିଲା ସର୍ଗିଗୁଡା ଗ୍ରାମ । ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରନ ପ୍ରତିଷ୍ଠା ଉତ୍ସବ ସମସ୍ତଙ୍କ ମନରେ ଭରିଦେଇଛି ଅଫୁରନ୍ତ ଆନନ୍ଦ । ଆମ ଗ୍ରାମବାସୀ ଆଜି ବହୁତ ଖୁସି ବୋଲି ଭାବ ବିହ୍ୱଲ ହୋଇ ପ୍ରତିକ୍ରୀୟାରେ କହିଛନ୍ତି ପ୍ରଦୀପ କୁମାର ନାଏକ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.