ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେଲା ରାଜ୍ୟସ୍ତରୀୟ ଦଳଗତ ଆଲୋଚନା

ଅତିଥି କହିଲେ, ଓଡ଼ିଆ ଭାଷାକୁ ନେଇ ବୃତ୍ତିଗତ ପାଠ୍ୟକ୍ରମରେ ଯୋଡ଼ିବାରେ ରହିଛି ଯଥାର୍ଥତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରସ୍ଥ ହେରିଟେଜ୍ ହଲରେ ଓଡ଼ିଶା ସରକାରଙ୍କ ‘ନୂଆ-ଓ’ ପ୍ରାୟୋଜିତ “ଓଡ଼ିଆ ଭାଷାକୁ ବୃତ୍ତିଗତ ପାଠ୍ୟକ୍ରମରେ ଯୋଡ଼ିବାର ଯଥାର୍ଥତା” ଶୀର୍ଷକ ଏକ ରାଜ୍ୟସ୍ତରୀୟ ପ୍ୟାନେଲ ଆଲୋଚନା ହୋଇଯାଇଛି ।

Omkar Vasthu
Omkar Vasthu

ପ୍ରଥମେ ଅଧ୍ୟକ୍ଷ ପ୍ରଫେସର୍ ଦିଲ୍ଲୀପ କୁମାର ଘୋଷଙ୍କ ସଭାପତିତ୍ବରେ ଏହାର ଶୁଭ ଉଦଘାଟନୀ ସଭା ଆୟୋଜିତ ହୋଇଥିଲା ବେଳେ ଅଧିସ୍ନାତକ ଇଂରାଜୀ ବିଭାଗର ପ୍ରଫେସର୍ ରଞ୍ଜନ କୁମାର ସାହୁ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିଲେ। ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଲା ପରେ ମହାବିଦ୍ୟାଳୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ପ୍ରଫେସର୍ ଘୋଷ ଏହି ଅବସରରେ ସ୍ଵାଗତ ସମ୍ଭାଷଣ ରଖିଥିଲାବେଳେ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ପ୍ରଥମ ଅଧିବେଶନର ଆଭିମୁଖ୍ୟ ସମ୍ପର୍କରେ କାର୍ଯ୍ୟକ୍ରମର ଆବାହକ ତଥା “ନୂଆ-ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ନୋଡାଲ ଅଫିସର୍ ଡକ୍ଟର ସନ୍ତୋଷ କୁମାର ନାୟକ ଆଲୋଚନା କରିଥିଲେ। ନୃତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ପ୍ରଶାନ୍ତ କୁମାର ସାହୁ ଏହି ଅଧିବେଶନରେ ଧନ୍ୟବାଦ ଜ୍ଞାପନ କରିଥିଲାବେଳେ ଅଧ୍ୟକ୍ଷଙ୍କ ପରାମର୍ଶକ୍ରମେ ଦ୍ଵିତୀୟ ଅଧିବେଶନରେ ପ୍ରଫେସର୍ ରବିନାରାୟଣ ଦାଶ, ପ୍ରଫେସର୍ ଡ. ସୁବାସ ଚନ୍ଦ୍ର ପାତ୍ର , ପ୍ରଫେସର୍ ଡ. ହରିଶ୍ଚନ୍ଦ୍ର ବେହେରା, କବି ଅଭୟ ଦାସ, କବି ଶ୍ରୀଦେବ, ‘ସମାଜ’ର ସହ ସମ୍ପାଦକ ଶ୍ରୀ ଶଶିରଞ୍ଜନ ମଲ୍ଲିକ, ବିଶିଷ୍ଟ ଆଇନଜୀବୀ ଉତ୍ପଳ ମହାନ୍ତି, ଲେଖକ ପ୍ରଦୀପ କୁମାର ଚାଟାର୍ଜୀ ପ୍ରମୁଖ ଆଠଜଣ ଭିନ୍ନ ଭିନ୍ନ ବିଷୟ ବିଶାରଦଙ୍କୁ ନେଇ ପ୍ୟାନେଲ ଆଲୋଚନା ଆରମ୍ଭ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

ଡ. ସନ୍ତୋଷ କୁମାର ନାୟକ ଏହାର ସଂଯୋଜନା ଓ ସମୀକ୍ଷକ ଭାବରେ ଯୋଗଦେଇ ଓଡ଼ିଶା ସରକାରଙ୍କ ସମୟୋଚିତ ପଦକ୍ଷେପ, ଜର୍ମାନୀ, ଜାପାନ, ରୂଷ୍ ଓ ଅନ୍ୟାନ୍ୟ ଦେଶର ଦୃଷ୍ଟାନ୍ତ ଦେଇଥିଲାବେଳେ ବେଳେ ଅନ୍ୟତମ ସମୀକ୍ଷକ ଓ ସଂଯୋଜକ ଭାବରେ ବାଣିଜ୍ୟ ବିଭାଗମୁଖ୍ୟ ଡ. ଅଭିଜିତ ଦାସ ଯୋଗଦେଇ ଇଂରାଜୀ ମାଧ୍ୟମ ଓ ଓଡ଼ିଆ ମାଧ୍ୟମ ଶିକ୍ଷାରେ ଥିବା ଚାଲେଞ୍ଜ ଓ ସମ୍ଭାବନା ସମ୍ପର୍କରେ ସୂଚନା ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଉତ୍ପଳ ମହାନ୍ତି ଏହାକୁ ଏକ କେନ୍ଦ୍ରୀୟ ଭାଷାଗତ ଚକ୍ରାନ୍ତ ବୋଲି କହିଥିଲା ବେଳେ କବି ଅଭୟ ଦାସ ଏହାକୁ ଏକ ବିଶାଳ ସୁଯୋଗ ସମ୍ଭାବନାଯୁକ୍ତ ଶକୁନ ସୂଚନା ବୋଲି ଅଭିହିତ କରିଥିଲେ । ପ୍ରଫେସର୍ ଦାଶ କଥିତ ଭାଷାରେ ପାଠ୍ୟକ୍ରମ ହେଲେ ଗୋଟିଏ ଜାତିର କିପରି ପ୍ରଭୂତ ଉନ୍ନତି ସାଧନ ହୁଏ କହିଥିଲାବେଳେ ପ୍ରଫେସର୍ ପାତ୍ର ଓଡ଼ିଶାରେ ଜନଜାତି ଭାଷା ଏହାର ଏକ ବାଧକ ବୋଲି କହିଥିଲେ। ପ୍ରଫେସର୍ ବେହେରା ନୀଟ ପରୀକ୍ଷାରେ ଓଡ଼ିଆ ମାଧ୍ୟମ ପିଲାଙ୍କ ଦରଖାସ୍ତ ପରିସଂଖ୍ୟାନ ଦେଇ ଥିଲେ ମଧ୍ୟ ଏହାକୁ ଏକ ସମ୍ଭାବନାମୟ ପଦକ୍ଷେପ ବୋଲି ଅଭିହିତ କରିଥିଲେ । ଶ୍ରୀଯୁକ୍ତ ଚାଟାର୍ଜୀ ଓଡ଼ିଆ ଭାଷାକୁ ନଯୋଡ଼ିବାର କାରଣ ମାନସିକତା ଅଭାବ ବୋଲି ଦର୍ଶାଇ ଥିବାବେଳେ କବି ଶ୍ରୀଦେବ ଏହା ସପକ୍ଷରେ ମନ୍ତବ୍ୟ ରଖି ବୃତ୍ତିଗତ ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ ଯୋଡ଼ବା ଏକାନ୍ତ ଯଥାର୍ଥ ବୋଲି କହିଥିଲେ ଓ ଶ୍ରୀଯୁକ୍ତ ଶଶିରଞ୍ଜନ ମଲ୍ଲିକ ଏହାକୁ ଏକ ଚାଲେଞ୍ଜପୂର୍ଣ୍ଣ ସୁଯୋଗ ବୋଲି କହିବାସହ ଭବିଷ୍ୟତରେ ଆନ୍ତର୍ଜାତୀୟ ସମ୍ପର୍କ ରକ୍ଷାବେଳେ ଭାଷାଗତ ଅସୁବିଧା ହେବାର ଆଶଙ୍କା ପ୍ରକାଶ କରିଥିଲେ।

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର୍ ରାଜେଶ ରାଉତ, ପ୍ର. ରଞ୍ଜନ କୁମାର ସାହୁ, ଡ. ମିନତି ମହାନ୍ତି, ଅଧ୍ୟାପିକା ଏନ୍. ସୁନିତା, ଅଧ୍ୟାପିକା ରୀତାଞ୍ଜଳି ବେହେରା, ଡ. ମିନତି ସେଠୀ, ଡ. ଆମ୍ବରୀଶ ଦିଣ୍ଡା, ଶ୍ରୀ ବରୁଣ କୁମାର ମହାଳିକ, ପ୍ର. ପ୍ରମୋଦ କୁମାର ଦାସ, ଡ. ସେବତୀ ମଲ୍ଲିକ, ପ୍ରଫେସର୍ ଡ. ସଚୀନ୍ଦ୍ର କୁମାର କର, ଅଧ୍ୟାପିକା ଲୁସି ପାହାଳ, ଡ. ସୁଜାତା ସାହୁ, ଅଧ୍ୟାପିକା ସ୍ମୃତିରେଖା ଟୁଡୁ, ଅଧ୍ୟାପିକା ସୁଚିସ୍ମିତା ଦାସ, ଡ. ସମୀର କୁମାର ସାହୁ, ଅଧ୍ୟାପିକା ଅନିତା ମିଶ୍ର ଓ ଡ. ନିଲମ୍ ସ୍ୱାଇଁ ପ୍ରମୁଖ ବିଭିନ୍ନ ବିଭାଗର ଶତାଧିକ ଅଧ୍ୟାପକ-ଅଧ୍ୟାପିକା ଓ ତିନି ଶହରୁ ଅଧିକ ଛାତ୍ରଛାତ୍ରୀ, ଗବେଷକ-ଗବେଷିକା ଯୋଗଦେଇ ଥିଲାବେଳେ ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଡ. ବଳଦେବ ଆଶ୍ , ଡ. ବିଜୟ କୁମାର ଦେ, ପ୍ରଫେସର୍ ରଞ୍ଜନ କୁମାର ସାହୁ ଓ ଏକାଧିକ ଛାତ୍ରଛାତ୍ରୀ ସିଧାସଳଖ ବିଶେଷଜ୍ଞମାନଙ୍କ ସହ ପ୍ରଶ୍ନୋତ୍ତର ମାଧ୍ୟମରେ ଆଲୋଚନାରେ ସାମିଲ ହୋଇଥିଲେ। ଏହି ସମଗ୍ର ଆଲୋଚନା ଆମୂଳାନ୍ତ ଡ. ଅଭିଜିତ ଦାସ ଓ ଡ. ସନ୍ତୋଷ କୁମାର ନାୟକଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲାବେଳେ ପରିଶେଷରେ ଡ. ନାୟକ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ସାରାଂଶ ଆଲୋଚନା କରି ନିଷ୍କର୍ଷରେ ଉପନୀତ ହୋଇଥିଲେ। ପରିଶେଷରେ ଡ. ମଧୁସ୍ମିତା ଘଡ଼ାଇ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.