ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସଦର ଭବାନୀପାଟଣା ବ୍ଲକ ଅଧିନସ୍ଥ କର୍ଲାପଡା ଡିଗ୍ରୀ ମହାବିଦ୍ୟାଳୟରେ ଚାଲି ଆସୁଥିବା “ବିଶ୍ୱ ଓଡିଆ ଭାଷା ସାହିତ୍ୟ ସମ୍ମିଳନୀ” କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଷଢଙ୍ଗୀଙ୍କ ସଭାପତିତ୍ୱରେ କଲେଜ ପରିସରରେ ଅନୁଷ୍ଠିତ ଉଦ୍ଯାପନୀ ସଭାରେ ଡ. ଦାସରଥି ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସାହିତ୍ୟ ବିଷୟରେ ଆଲୋଚନା କରିବା ସହିତ “ଜଗନ୍ନାଥ ସଂସ୍କୃତି” ଉପରେ ମାର୍ଗଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ପ୍ରଧ୍ୟାପକ ସୁଶାନ୍ତ ସାହୁ, ଡ. ଜୟନ୍ତ ମହାନ୍ତି ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ “ଜଗନ୍ନାଥ ସଂସ୍କୃତି” ବିଷୟରେ ଆଲୋଚନା କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ ମୋହନ ପୁଟେଲ, ନବକିଶୋର ପଧାନ, ରଣଜିତ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅର୍ଚ୍ଚନା ସା ଧନ୍ୟବାଦ ଅର୍ପଣ କରିଥିଲେ ।