ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ରୁପ୍ରାରୋଡର ପ୍ରଥମ ବାର୍ଷିକ ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶା ତଥା କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଇଂରାଜୀ ଶିକ୍ଷା ଅନୁଷ୍ଠାନ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ରୁପ୍ରାରୋଡର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ସ୍କୁଲର ପ୍ରିନ୍ସିପାଲ ଦୀପ୍ତିରାଣୀ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ସ୍କୁଲର ପ୍ରତିଷ୍ଠାତା ତଥା ଚ୍ୟାରମେନ ରାମ କୁମାର ଜୈନ, ଭାଇସ ଚ୍ୟାରମେନ ରତନ କୁମାର ଅଗ୍ରୱାଲ, ସମ୍ପାଦକ ସୁମିତ କୁମାର ଅଗ୍ରୱାଲ, ଭାଇସ ପ୍ରିନ୍ସପାଲ ବିଜୟ କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ସଭାପତି କମଲ ଜୈନ, ସମ୍ପାଦକ ଶିବ କୁମାର ବଂଶଲ, ପୂର୍ବ କାର୍ଯ୍ୟକର୍ତ୍ତା ବୁଦରାମ ଅଗ୍ରୱାଲ ଓ ପୃଥିରାଜ ଜୈନ ଉପସ୍ଥିତ ରହି  ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ କେସିଙ୍ଗାଠାରେ ଏକ ପ୍ରତିକୂଳ ପରିସ୍ଥିତିରେ ୧୯୮୩ ମସିହାରେ ଛୋଟ ସ୍କୁଲରୁ ଆରମ୍ଭ ହୋଇ ବର୍ତ୍ତମାନ ସ୍କୁଲରେ ୧୨୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବର୍ତ୍ତମାନ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ୟଙ୍ଗ ବ୍ଲଡ଼ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନରେ ପରିଣତ ହୋଇଛି। ରୁପ୍ରାରୋଡରେ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ଏହାର ଅନ୍ୟତମ ବିଦ୍ୟାଳୟ। ଏହା ଆପଣ ମାନଙ୍କ ଭଲ ପାଇବାରୁ ସଫଳ ହୋଇପାରିଛି ବୋଲି ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ରାମ କୁମାର ଜୈନ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରୁସ୍କୃତ କରାଯାଇଥିଲା ଓ ୟଙ୍ଗ ବ୍ଲଡ଼ ସ୍କୁଲରେ ବିଶେଷ କାର୍ଯ୍ୟ ପାଇଁ କିଛି ଶିକ୍ଷକ ଶିକ୍ଷୟତ୍ରୀ ଓ ଅଞ୍ଚଳର ବିଶିଷ୍ଟ ସମାଜସେବୀ ସାଲେକରାମ ଭୋଇଙ୍କୁ ସମ୍ମାନିତ କରାଯାଇଥିଲା। ୟଙ୍ଗ ବ୍ଲଡ଼ ଏସୋସିଏସନ୍ ସଭାପତି କମଲ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.