୫ଟି କାମରେ ରୂପାନ୍ତରିତ ହେଲା ଜେୟୁଭିପି

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଅଭିଭାବକ ଓ ଶିକ୍ଷାବିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ଗୁଣାତ୍ମକ ଶିକ୍ଷାର ଭିତ୍ତିଭୂମି ସୃଷ୍ଟି କରିବା ଦିଗରେ ୫ ଟି ସ୍କୁଲ ରୂପାନ୍ତରିକରଣ ଚତୁର୍ଥ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାର ୭୩ ଗୋଟି ରୂପାନ୍ତରିତ ହାଇସ୍କୁଲ ଗୁଡ଼ିକୁ ଆଭାସି ମାଧ୍ୟମରେ ସୋମବାର ଦିନ ଲୋକାର୍ପିତ କରିଛନ୍ତି। ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟ ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ମନରେ ଶିକ୍ଷା ପ୍ରତି ଉତ୍ସାହ ବୃଦ୍ଧି ପାଇଛି ବୋଲି ସ୍କୁଲ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଛାତ୍ର ଜୀବନରେ ୫ଟି ନୀତିକୁ ଗ୍ରହଣ କରି ସବୁ କ୍ଷେତ୍ରରେ ସାଧୁତା ଓ ସମୟର ସଦବିନିଯୋଗ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ୮ ଗୋଟି ହାଇସ୍କୁଲକୁ ୫ଟି ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ସାମିଲ୍ କରାଯାଇଛି। ସେଥିମଧ୍ୟରୁ ବାଲସି ପଞ୍ଚାୟତ ଅନ୍ତର୍ଗତ ଜବାହର ଉଚ୍ଚ ବିଦ୍ୟାପୀଠ (କ) ସ୍ଥାନ ପାଇଥିବା ବେଳେ ତାହାର ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଗତକାଲି ଅନୁଷ୍ଠିତ ହୋଇଥିଲା। ଜବାହର ଉଚ୍ଚ ବିଦ୍ୟାପୀଠ,ବାଲସି (କ) ଅନେକ ବାଧାବିଘ୍ନ ସତ୍ତ୍ଵେ ୧୯୮୯ ମସିହାରୁ ଅଞ୍ଚଳର ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ ଅନେକ ବ୍ୟକ୍ତି ବିଶେଷ ଓ ସେଠାରେ ନିଯୁକ୍ତି ହୋଇଥିବା ଶିକ୍ଷକ ଓ କର୍ମଚାରୀମାନେ। ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କ ସହିତ ବୁଦ୍ଧିଜୀବୀ,ଶିକ୍ଷକ ସମାଜ ବିଦ୍ୟାଳୟକୁ ନିଜର ଏକ ପରିବାର ଭାବେ ବାଛି ନେଇ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଗଢି ତୋଳିବା ସହିତ ଜିଲ୍ଲାରେ ବେଶ୍ ଚର୍ଚ୍ଚିତ ହୋଇପାରିଥିଲେ। ଶିକ୍ଷକତାକୁ ଏକ ବ୍ୟାପାର ଭାବେ ନୁହେଁ ଏକ ମଣିଷ ଗଢା କାରଖାନା ଭାବେ ଗଢିତୋଳିବା ପାଇଁ ଆମର ଏକମାତ୍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଜବାହର ଉଚ୍ଚ ବିଦ୍ୟାପୀଠ,ବାଲସି (କ) ରେ ବର୍ତ୍ତମାନ ଦାୟିତ୍ଵ ତୁଲାଉଥିବା ପ୍ରଧାନ ଶିକ୍ଷକ ବୁଦ୍ଧଦେବ ପୋଢ ପ୍ରକାଶ କରିବା ସହ ରାଜ୍ୟସରକାରଙ୍କୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟ କୁ ୫ ଟିରେ ସାମିଲ କରି ଶିକ୍ଷକଙ୍କ ଭିତରେ ବଳ ଯୋଗାଇ ଦେଇଛନ୍ତି ବୋଲି କହିଛନ୍ତି। ଆଗାମୀ ଦିନରେ ଜବାହର ଉଚ୍ଚ ବିଦ୍ୟାପୀଠ, ବାଲସି (କ) ସମଗ୍ର କଳାହାଣ୍ଡି ଜିଲ୍ଲାରେ ସବୁ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିପାରିବ ସେନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୋଢ। ଯେଉଁ ମାନଙ୍କ କଠିଣ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଆଉ ଦୃଢ଼ ସଙ୍କଳ୍ପ ଯୋଗୁଁ ଏହି ବିଦ୍ୟାଳୟଟି ପ୍ରତିଷ୍ଠା ହୋଇଛି ସେମାନଙ୍କ ଅବଦାନ ଅତୁଳନୀୟ ଓ ଅବନ୍ନନୀୟ ଏବଂ ସେମାନଙ୍କ ପାଇଁ ଆଜି ବିଦ୍ୟାଳୟ ଗର୍ବିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଯୋଜନାରେ ସାମିଲ କରି ଆଜି ବିଦ୍ୟାଳୟ ରୂପାନ୍ତରିତ ହୋଇପାରିଛି ଯାହାଫଳରେ ବିଦ୍ୟାଳୟର ସୁନ୍ଦର ପରିବେଶ, କାରୁକାର୍ଯ୍ୟ ଓ ରଙ୍ଗ ବେରଙ୍ଗ ଉଦଘାଟନୀ ଉତ୍ସବରେ ନିମନ୍ତ୍ରିତ ଅତିଥି ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଜବାହର ଉଚ୍ଚ ବିଦ୍ୟାପୀଠ, ବାଲସି (କ) ରୂପାନ୍ତରିକରଣ ଉଦଘାଟନୀ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଠାକୁର ସାହୁ, ସମାଜସେବୀ ବିଷ୍ଣୁପଦ ଘଡେ଼ଇ,ଗୋପାଳ ସାହୁ, କେସିଙ୍ଗା ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅନନ୍ତ ଚରଣ ମହାଳିକ,ବାଲସି ପଞ୍ଚାୟତ ସରପଞ୍ଚ ଭାରତୀ ସୁନା, ସମିତି ସଭ୍ୟ ଦୀପ୍ତି କୁମାର,କୁଣ୍ଡାବନ୍ଦ ପଞ୍ଚାୟତ ସମିତି ସଭ୍ୟ ତଥା ସମାଜସେବୀ ମନୋଜ ପଟ୍ଟନାୟକ, କେସିଙ୍ଗା ର ପୂର୍ବତନ କାଉନସିଲର ମହେନ୍ଦ୍ର ନାଏକ,ପୂର୍ବତନ ସମିତି ସଭ୍ୟ ଫକୀର ସାହୁ ,ହରି କୁମାର ପ୍ରମୁଖ ଯୋଗଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.