ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସର୍ବଭାରତୀୟ ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଲାବାରୂଦ କାରଖାନାରେ କାର୍ଯ୍ୟରତ ଥିବା ଅବସର ପ୍ରାପ୍ତ ମହିଳା କର୍ମଚାରୀ ଜଣକ ଦୀର୍ଘ ଦିନ ହେଲା ସରକାରୀ କ୍ୱାଟରକୁ କବଜା କରି ରଖି କ୍ୱାଟର ଭଡା ମଧ୍ୟ ଦେଉ ନ ଥିବା ଅଭିଯୋଗ ହୋଇଥିଲା l ଏ ନେଇ କାରଖାନା ପ୍ରଶାସନିକ ବିଭାଗ , ସଇଁତଲା ଓ ବଡ଼ମାଳ ପୋଲିସ ପହଂଚି କ୍ୱାଟରରେ ଥିବା ସମସ୍ତ ସାମଗ୍ରୀ କୁ ଜବତ କରି ଇଷ୍ଟେଟ ଅଫିସ କୁ ନିଆଯାଇଥିବା ଜଣାପଡିଛି l ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଧରିଛି l ପ୍ରକାଶ ଯେ, ଉକ୍ତ ଗୋଳାବାରୁଦ କାରଖାନାରେ ନାରୀକଟା ଗ୍ରାମର ଅନାଦି ଯାନୀ ନାମକ ଜୈନିକ ବ୍ୟକ୍ତି ଡିବିଡବ୍ଲୁରେ କାର୍ଯ୍ୟ କରୁଥିଲେ l ସେ କାର୍ଯ୍ୟରତ ସମୟରେ ତାଙ୍କର ମୃତ ଘଟିଥିଲା l ଏହାପରେ କାରଖାନା କତୃପକ୍ଷ ଅନାଦିଙ୍କ ପତ୍ନୀ କନକ ଯାନୀ ଙ୍କୁ କାରଖାନାରେ ଲେବର ପଦବୀରେ ଚାକିରୀ ପାଇଥିଲେ l ଏଥିରେ କନକ କାରଖାନା ଟାଇପ 2 ଫେଜ 5 କ୍ୱାଟର ନଂ 12368 ଘରେ ରହୁଥିଲେ l ଗତ 2021 ମସିହା ଅବସର ନେବା ପରେ ଦୀର୍ଘ 3 ବର୍ଷ ହେଲା କ୍ୱାଟରକୁ ଛାଡି ନ ଥିଲେ l ଯାହା ଫଳରେ ବଡ଼ମାଳ ପ୍ରଶାସନିକ ବିଭାଗ ଘଟଣା ସମ୍ପର୍କରେ ବାରମ୍ବାର ନୋଟିସ କରିଥିଲେ ମଧ୍ୟ କ୍ୱାଟର ଛାଡି ନ ଥିଲେ l ଏ ନେଇ ପ୍ରଶାସନିକ ବିଭାଗ ଓ ପୋଲିସ କ୍ୱାଟରରେ ପହଂଚି ସମସ୍ତ ସାମଗ୍ରୀଗୁଡ଼ିକୁ ଜବତ କରି ଇଷ୍ଟେଟ ଅଫିସ କୁ ନିଆଯାଇଥିବା ଜଣାପଡିଛି l ଘଟଣାସ୍ଥଳରେ ଏଜିଏମ ପ୍ରଭାସ ଭୋଇ , ଅର୍ଡଳୀ ଅଫିସର ଆର. ଏନ. ପଟ୍ଟନାୟକ, ଇଷ୍ଟେଟ ଅଫିସର ଜେ. ଏମ. ପୂଜାରୀ, ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ, ଏ.ଏସ.ଆଇ. ଅରକ୍ଷିତ ନାୟକ, ବଡ଼ମାଳ ସୁରକ୍ଷା ବିଭାଗର ପିଏମ. ପ୍ରଧାନ, ରୋହିତ ଡାଙ୍ଗ ସହ ବଡ଼ମାଳ ଓ ସଇଁତଲା ପୋଲିସ ଉପସ୍ଥିତ ଥିଲେ l