ଯୋଗଦେଲେ ସୁବର୍ଣ୍ଣପୁର ନୂତନ ଜିଲ୍ଲାପାଳ ଆଇଏଏସ ଅନ୍ୟା ଦାଶ

ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ୨୦୧୯ ଵ୍ୟାଚ୍ ର ଆଇଏଏସ ଅଫିସର ଶ୍ରୀମତୀ ଅନ୍ୟା ଦାସ ଆଜିଯୋଗଦାନ ପୂର୍ବକ କାର୍ଯ୍ୟାଭାର ଗ୍ରହଣ କରିଛନ୍ତି। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଜିଲ୍ଲାପାଳ ଙ୍କୁ କାର୍ଯ୍ୟାଳୟରେ ସ୍ୱାଗତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ପରେ ପରେ ନୂତନ ଜିଲ୍ଲାପାଳ ଙ୍କ ସହ ଅଧିକାରୀ ଓ କର୍ମଚାରୀ ବୃନ୍ଦ ସୌଜନ୍ୟ ସାକ୍ଷତ କରିଥିଲେ। ସେ ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାର ପ୍ରତ୍ୟକ ବିଭାଗ ନିଜ ବିଭାଗୀୟ କାର୍ଯ୍ୟକ୍ରମର ଲାଭ ଯେପରି ସମସ୍ତ ହିତାଧିକାରୀ ଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ପୁନଶ୍ଚ ପ୍ରତ୍ୟକ ଅଧିକାରୀ, କର୍ମଚାରୀ ନିଜ ନିଜ କାର୍ଯ୍ୟରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ହେବାକୁ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଦାଶ। ପରେ ପରେ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ସାକ୍ଷତ ଆଲୋଚନା ସମୟରେ ଜିଲ୍ଲା ର ଶିକ୍ଷା ସ୍ବାସ୍ଥ୍ୟ, କୃଷି, ପର୍ଯ୍ୟଟନ ସହିତ ସହର ର ଟ୍ରାଫିକ ବ୍ୟବସ୍ଥାର ସୁଧାର ତଥା ଅପହଞ୍ଚ ଅଞ୍ଚଳର ମୌଳିକ ସମସ୍ୟାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ସହ ବିକାଶ କ୍ଷେତ୍ରରେ ଗୁରୁତ୍ଵ ପ୍ରଦାନ ପୂର୍ବକ କାର୍ଯ୍ୟ କରିବାକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏହା ସହିତ ଜିଲ୍ଲା ର ସମଗ୍ର ବିକାଶ ପାଇଁ ମିଡିଆ ଓ ଜନ ସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି।ଏହା ପୂର୍ବରୁ ସେ ବାରିପଦା ଉପଜିଲ୍ଲାପାଳ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସେ ଦକ୍ଷତାର ସହିତ ଦାୟିତ୍ୱ ନିର୍ବାହ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.