ରାୟଗଡା ଜିଲ୍ଲାପାଳ ଭାବେ ମନୋଜ ସତ୍ୟବାନ ମହାଜନଙ୍କ ଯୋଗଦାନ

ଜିଲ୍ଲାର ସାମଗ୍ରିକ ବିକାଶକୁ ଦିଆଯିବ ଗୁରୁତ୍ୱ -ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଜିଲ୍ଲାର ସାମଗ୍ରୀକ ବିକାଶକୁ ଗୁରୁତ୍ୱ ଦିଆଯିବ ଏବଂ ସରକାରଙ୍କ ସମସ୍ତ ଯୋଜନାରେ ଜିଲ୍ଲାବାସୀ କିଭଳି ଭାବେ ଉପକୃତ ହୋଇପାରିବେ ଓ ପ୍ରଶାସନିକ କ୍ଷେତ୍ରରେ ସମସ୍ତେ କିଭଳି ସରକାରୀ ସେବା ପାଇପାରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦେବି ବୋଲି କହିଛନ୍ତି ରାୟଗଡାର ନୂତନ ଜିଲ୍ଲାପାଳ ଆଇଏଏସ ମନୋଜ ସତ୍ୟବାନ ମହାଜନ | ଆଜି ବୁଧବାରରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି | ଦାୟିତ୍ୱ ଗ୍ରହଣ କରିବାପରେ ନୂତନ ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରାଇତ ସମେତ କାର୍ଯ୍ୟାଳୟର ବିଭିନ୍ନ ସେକ୍ସନ ଅଫିସର ମାନେ, ସାମ୍ବାଦିକ ସଂଘର କର୍ମକର୍ତ୍ତା, ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, କର୍ମଚାରୀ ସଂଘର କର୍ମକର୍ତ୍ତା ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ୱାଗତ କରିଥିଲେ| ତତ୍କାଳୀନ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧାଦେବ ସିଂଙ୍କ ନୟାଗଡ ଜିଲ୍ଲାପାଳ ଭାବେ ବଦଳି ହେବା ପରେ ଅତରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଜିଲ୍ଲାପାଳ ଦାୟିତ୍ୱ ତୁଲାଉଥିଲେ l ନୂତନ ଜିଲ୍ଲାପାଳ ଶ୍ରୀ ମହାଜନ ଏହା ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଜ ଦାୟିତ୍ୱ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.