ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବହୁ ପ୍ରତିକ୍ଷୀତ ପବିତ୍ର ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ଯାତ୍ରା ନିମନ୍ତେ ଗତ କାଲି ରାତିରେ ଜିଲ୍ଲାରୁ ୭୪ ଟି ବସରେ ୩୦୬୭ ଜଣ ମହିଳା ଓ ପୁରୁଷ ତୀର୍ଥ ଯାତ୍ରୀ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ଯାତ୍ରାକୁ ସୋନପୁର ରୟାଲ ପଡିଆ ଠାରେ ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଓଡିଶା ନିରଞ୍ଜନ ପୂଜାରୀ, ବିଧାୟକ ବୀରମହାରାଜପୁର ଶ୍ରୀଯୁକ୍ତ ପଦ୍ମନାଭ ବେହେରା, ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାଶ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଅଶ୍ୱିନୀ କୁମାର ମେହେର ପ୍ରମୁଖ ଯାତ୍ରା ଓ ଯାତ୍ରୀଙ୍କ ଶୁଭକାମନା ପୂର୍ବକ ନଡ଼ିଆ ଭାଙ୍ଗିବା ସହ ସବୁଜ ପତାକା ପ୍ରଦର୍ଶନ କରି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଅତିଥି ବୃନ୍ଦ ପବିତ୍ର ଯାତ୍ରାରେ ସାମିଲ ଥିବା ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ବିନିକା ବ୍ଲକରୁ ୮ ଟି ବସ ରେ ୩୨୦ ତୀର୍ଥ ଯାତ୍ରୀ, ବୀରମହାରାଜପୁର ବ୍ଲକରୁ ୮ ବସଯୋଗେ ୩୦୦ ତୀର୍ଥ ଯାତ୍ରୀ, ଡୁଙ୍ଗୁରିପାଲି ବ୍ଲକ ରୁ ୧୩ ଟି ବସ ଯୋଗେ ୫୨୦ ତୀର୍ଥ ଯାତ୍ରୀ, ସୋନପୁର ବ୍ଲକରୁ ୭ ଟି ବସରେ ୨୮୦ ଜଣ, ତରଭା ବ୍ଲକରୁ ୧୦ ଟି ବସଯୋଗେ ୪୨୦ ଜଣ ଯାତ୍ରୀ ଓ ଉଲୁଣ୍ଡା ବ୍ଲକ ରୁ ୮ ଟି ବସରେ ୩୪୦ ଜଣ, ସେହିପରି ସୋନପୁର ପୌରପରିଷଦ ରୁ ୮ ଟି ବସ ଯୋଗେ ୩୦୦ଜଣ, ବିନିକା ଓ ତରଭା ଏନଏସି ରୁ ୬ ଟି ଲେଖାଏଁ ବସ ଯୋଗେ ୨୪୦ ଲେଖାଏଁ ଯାତ୍ରୀ ଏହି ପବିତ୍ର ଦର୍ଶନ ଯାତ୍ରା ନିମନ୍ତେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ପବିତ୍ର ଦର୍ଶନ ଯାତ୍ରାର ଆୟୋଜନ ରାଜ୍ୟ ସରକାରଙ୍କ ପଞ୍ଚାୟତି ରାଜ ବିଭାଗ ଦ୍ୱାରା ଜିଲ୍ଲାର ଜିଲ୍ଲା ପରିଷଦ ବିଭାଗ ର ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ସହଯୋଗରେ ଆୟୋଜିତ କରାଯାଇଛି। ଏହି ଯାତ୍ରା କୁ ବ୍ୟବସ୍ଥିତ, ଶୃଙ୍ଖଳିତ ଓ ସୁନିଶ୍ଚିତ କରିବା ନିମନ୍ତେ ପ୍ରତ୍ୟେକ ବସରେ ବ୍ଲକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀଙ୍କୁ ଯାତ୍ରୀଙ୍କ ସୁ ବନ୍ଦୋବସ୍ତ ନିମନ୍ତେ ନିୟୋଜିତ କରାଯାଇଛି। ପୁରୀ ଶ୍ରୀ ମନ୍ଦିର ରେ ଆଜି ସୁରକ୍ଷିତ ଭବେ ସମସ୍ତ ଯାତ୍ରୀ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ପିପିଲି ଆଡଭେନଚର୍ ରେଷ୍ଟୁରାଣ୍ଟ ରେ ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ବାଇଁ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏବଂ ରେଷ୍ଟୁରାଣ୍ଟ ଓନର ପବିତ୍ର କୁମାର ସ୍ବାଇଁ, ଜେନେରାଲ ମ୍ୟାନେଜର ମିସ୍ ମିରନ୍ ମହାପାତ୍ରଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସମ୍ପୂର୍ଣ୍ଣ ସହଯୋଗ ରେ ସମସ୍ତ ଯାତ୍ରୀଙ୍କ ସୂ ବ୍ୟବସ୍ଥା କରାଯାଉଥିବା ନେଇ ତୀର୍ଥ ଯାତ୍ରୀ ଙ୍କ ଠାରୁ ସୂଚନା ମିଳିଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ବିଡ଼ିଓ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସଫଳତାର ସହିତ ତଦାରଖ କରୁଥିବା ଜଣାପଡିଛି।