ଜିଲ୍ଲା ସ୍ତରୀୟ ବିଶ୍ୱ କୁଷ୍ଠ ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ସଭା ପ୍ରକୋଷ୍ଠରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ବିଶ୍ୱ ରଞ୍ଜନ ପତିଙ୍କ ଅଧ୍ୟକ୍ଷତାରେ ବିଶ୍ୱ କୁଷ୍ଠ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ମନୋଜ କୁମାର ଅଦାବର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ ) ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି ଓ କୁଷ୍ଠ ) ଡ଼ା. ମଞ୍ଜୁରାଣୀ ସିଂ, ଜିଲ୍ଲା ସାମ୍ବାଦିକ ସଭାପତି ଗୋରେଖନାଥ ସାହୁ, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲିପ କୁମାର ପଣ୍ଡା ଓ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥିବୃନ୍ଦ ବିଶ୍ୱ କୁଷ୍ଠ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ଓ ଗୁରୁତ୍ୱ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ସମାଜ କୁ ସଚେତନତା ମାଧ୍ୟମରେ କୁଷ୍ଠମୁକ୍ତ ସମାଜ ଗଠନ କରି ଏକ ସୁସ୍ଥ ସୁନ୍ଦର ଭାରତ ଗଠନ କରିବାରେ ସହାୟକ ହୋଇପାରିବ ବୋଲି କହିଥିଲେ। ଏ ବର୍ଷର ସ୍ଲୋଗାନ ହେଲା “ଆସ କୁଷ୍ଠ ସଙ୍ଗେ ଲଢ଼ିବା, ଅତୀତକୁ ତାକୁ ତଡିବା “। ଉକ୍ତ କାର୍ଯ୍ୟକ୍ରମ କୁ ପ୍ରମୋଦ କୁମାର ସାହୁ ସ୍ୱାସ୍ଥ୍ୟ ପରିଚାଳକ, ନୃସିଂଘ ମିଶ୍ର ଲେପ୍ରା ସୋସାଇଟି ମେମ୍ବର ଓ ଲେପ୍ରା ସୋସାଇଟୀ ର ଭଲେଣ୍ଟିଅର ବର୍ଷାରାଣୀ ସାହୁ ସହଯୋଗ କରିଥିଲେ। ପରେ ୧୦ ଜଣ କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସଭାରେ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟଧିକାରୀ, ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ଶେଷରେ ଜ୍ଞାନଜିତ ଶତପଥି ଜିଲ୍ଲା କୁଷ୍ଠ କନସଲଟାଣ୍ଟ ଇନଚାର୍ଜ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.