ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ନିମନ୍ତେ ପଞ୍ଚାୟତ ସ୍ତର ମାନଙ୍କରେ ହେଉଥିବା”ଆମ ଓଡିଶା ନବୀନ ଓଡିଶା”କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ ଶିବିର କଲମପୁର ବ୍ଳକର ପ୍ରତ୍ୟେକ ଗ୍ରାମପଞ୍ଚାୟତ ମାନଙ୍କରେ ଅନୁଷ୍ଠିତ ହୋଉଅଛି।ସେହିପରି ଗୁରୁବାର ଦିନ ପଣ୍ଡିଗାଁ ଗ୍ରାମ ପଞ୍ଚାୟତରେ ମହା ଆଡମ୍ବରରେ”ଆମ ଓଡ଼ିଶା ନବୀନ ଓଡ଼ିଶା” ସଚେତନତା ଶିବିର କାର୍ଯ୍ୟକ୍ରମ ହୋଇଯାଇଛି।ପଣ୍ଡିଗାଁ ସରପଞ୍ଚ କବିତା ଜୈନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା ଶିବିରରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।ସମ୍ମାନୀୟ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ,ସମିତି ଅଧ୍ୟକ୍ଷା ମୋତି ବିହାରୀ, ଉପାଧ୍ୟକ୍ଷ ଚିନ୍ତାମଣି ବେହେରା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଡ଼ାଙ୍ଗି,ତହସିଲଦାର ସ୍ମରଣିକା ତୁଳ,ସମିତି ସଭ୍ୟା ଟିକେମଣି ହଂସ,ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ ଓ ଦୁହିତା ମାଝୀ, କନିଷ୍ଠ ଯନ୍ତ୍ରୀ ଶୃତି ରଞ୍ଜନ ସେଠି, ପ୍ରମୁଖ ମଞ୍ଚାସିନ ଥିଲେ।ରାଜ୍ୟ ସରକାରଙ୍କ ଦ୍ବାରା ରୂପାନ୍ତିକରଣ,ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡ଼ିକର ରୂପାନ୍ତରୀକରଣ,ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ,ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ,କ୍ରୀଡ଼ା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ, ସୁଗମ ପରିବହନ ବ୍ୟବସ୍ଥା ଉପରେ ଲୋକମାନଙ୍କୁ ଏଲ୍.ଇ.ଡି ମାଧ୍ୟମରେ ପ୍ରଦର୍ଶନ କରାଯାଇ ସଚେତନ କରାଥିଲା।ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଲୋକଙ୍କୁ ସଚେତନ କରିବା ପାଇଁ ଷ୍ଟଲ ଗୁଡ଼ିକ ଖୋଲା ଯାଇଥିଲା।ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସାଂସ୍କୃତିକ ଦଳ ମାନେ ନିଜ ନିଜ ନୃତ୍ୟ ପରିବେଷଣ କରି ଜନସାଧାରଣ ଙ୍କୁ ମନୋରଞ୍ଜନ କରିଥିଲେ ଓ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ।ଏହି ଅବସରରେ କଲମପୁର ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମୂଖ୍ୟ ଅତିଥି ମାନପତ୍ର ସହ ଉପଢୌକନ ଦେଇ ସମ୍ମାନୀତ କରିବା ସହ ଅଞ୍ଚଲର ବିଭିନ୍ନ କାର୍ଯ୍ୟରେ ସଫଳତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଉକ୍ତ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ସର୍ବେଶ୍ଵର ଭୋଇଙ୍କ ମେଲୋଡ଼ି କାର୍ଯ୍ୟକ୍ରମ,ତାଙ୍କ ଗୀତରେ ଝୁମିଯାଇ ବିଭୋର ହୋଇଥିଲେ ଉପସ୍ଥିତ ଦର୍ଶକ ବୃନ୍ଦ। କାର୍ଯ୍ୟନିର୍ବାହୀ ଅଧିକାରୀ ଜୀତେନ୍ଦ୍ର କୁମାର ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ନେଇଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରିଣୀ ଖିତିସୂତା ମେହେର, ରାଜସ୍ୱ ନିରୀକ୍ଷକ ଶୁଭଦା ନାଏକ, ପଶୁ ଚିକିତ୍ସକ ନୀଳକଣ୍ଠ ନାଏକ, ସୁଧୀର ରାଉତ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତିନିଧି ଶୁଶିଲ କୁମାର ଜୈନ, ଆଇନଜିବୀ ଶୁଶିଲ ରାଉତ,ଜି.ଆର.ଏସ ପ୍ରତାପ କୁମାର ପଣ୍ଡା, ଯୋଗାଣ ସହାୟକ ରମେଶ ଚନ୍ଦ୍ର ବାଗ,ସାମ୍ୱାଦିକ ଶରତ ଚନ୍ଦ୍ର ସୁନାନୀ, ପିଅନ ଚୈତନ୍ୟ ହଂସଙ୍କ ସମେତ ସମସ୍ତ ୱାର୍ଡ଼ ମେମ୍ବର ଓ ଅଞ୍ଚଳବାସୀ ସମ୍ପୂର୍ଣ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ସିଆରପି,ଏମବିକେ, ମିଶନ ଶକ୍ତି ମହିଳାମାନଙ୍କ ସହିତ ଶତାଧିକ ମହିଳା ଓ ଜନସାଧାରଣ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହେବାସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଉତ୍ସାହିତ ହୋଇଥିଲେ।ପରିଶେଷ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଜୀତେନ୍ଦ୍ର କୁମାର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।