ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜୁ ବାବୁଙ୍କ ସ୍ବପ୍ନ ଓ ଓଡ଼ିଶା ଗଠନ ଦିଗରେ ଦୀର୍ଘ ୨୫ ବର୍ଷ ଧରି ପ୍ରୟାସ କରି ଆସୁଛି ବିଜୁ ଜନତା ଦଳ। ନବୀନ ପଟ୍ଟନାଟକଙ୍କ ବରିଷ୍ଠ ନେତୃତ୍ୱ ସହ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନର ସହଯୋଗ କ୍ରମେ ଓଡ଼ିଶାର ବିକାଶ ଧାରା ଦ୍ରୁତ ଗତିରେ ଆଗେଇ ଚାଲିଛି। ଯେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ସାଧାରଣ ଜନତାଙ୍କ ସହ ଭାଗିତା ନିତ୍ୟାନ୍ତ ଆବଶ୍ୟକ। ଏହାକୁ ଉପଲବ୍ଧ କରି ରାଜ୍ୟ ସରକାର ପଞ୍ଚାୟତ ସ୍ତରୟରେ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର। ୫-ଟି ଯୋଜନା ମାଧ୍ୟମରେ ରୂପାନ୍ତରିତ କାର୍ଯ୍ୟକ୍ରମ ଅଧିକ ଗୁରୁତ୍ୱ ଦିଆଯିବା ସହ ବିକାଶ ନକ୍ସା ଆଙ୍କୁଛି ଆମ ଓଡ଼ିଶା ନବୀନ ଓଡ଼ିଶା ବୋଲି ବନ୍ଦପାରି ଠାରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରରେ ତିଥି ମାନେ ବକ୍ତବ୍ୟ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଦପାରୀ ଖେଳ ପଡ଼ିଆ ଠାରେ ସରପଞ୍ଚ ଜଗବନ୍ଧୁ ମାଝୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଲାଞ୍ଜିଗଡ଼ ବ୍ଲକ ଅଧକ୍ଷା କମଳା ପାତ୍ର, ମୁଖ୍ୟ ବକ୍ତା ଭାବେ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ରମ୍ ଯୋଗଦେଇ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ରୂପାନ୍ତରିତକରଣ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାଏକ, ଜିପିଇଓ ସରୋଜ କୁମାର ପ୍ରଧାନ, ପୂର୍ବତନ ଉପାଧକ୍ଷ ଜଗଦିଶ ବେନିଆଁ, ନାଏବ ସରପଞ୍ଚ କିଆ ବାଗ, ମିଶନ ଶକ୍ତି ଅଧିକାରୀ ଆୟୁଷକାନ୍ତ ବେହେରା, ସମିତି ସଭ୍ୟା ପଦ୍ମାବତୀ ବାଗ, ପୂର୍ବତନ ସରପଞ୍ଚ ଫୁଲମେ ମାଝୀ, ସମାଜସେବୀ ହରିଶଙ୍କର ପାତ୍ର, ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର, ପିଇଡବ୍ଲୁ ମିଡ଼ିଆ ଏସୋସିଏସନ୍ ସଭାପତି ନିଲେଶ କୁମାର ନାଗ, ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ସାଧାରଣ ସମ୍ପାଦକ ସୁଶୀଲ କୁମାର ବାଗ, ସମିତି ସଭ୍ୟ ପ୍ରତିନିଧି ଉଗ୍ରସେନ ବାଗ, ନାଏବ ସରପଞ୍ଚ ପ୍ରତିନିଧି ଚତୁର ବାଗ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ କୃଷି ଉଦ୍ୟାନ, ସ୍ୱାସ୍ଥ୍ୟ, ଶିକ୍ଷା, ସମ୍ମନିତ ଶିଶୁବିକାଶ, ପ୍ରାଣୀ ସମ୍ପଦ ବିଭାଗ, ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇ ଅଧିକାରୀ ମାନଙ୍କ ଦ୍ୱାରା ସଚେତନତା କରାଯାଇଥିଲା। ଏଥିରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ଅନେକ ଜନହିତକାରୀ ଯୋଜନାକୁ ନୃତ୍ୟ ସଂଗୀତ ମାଧ୍ୟମରେ ପ୍ରଦର୍ଶନ କରାଯାଉଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତିଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ପରିଚାଳନା କରୁଥିଲେ। ବନ୍ଦପାରୀ ଗ୍ରାମ ରୋଜଗାର ସେବକ ରାଜପ୍ରସାଦ ବେହେରାଙ୍କ ନେତୃତ୍ବରେ ସମସ୍ତ କର୍ମଚାରୀ, ଗାଁସାଥି, ଏମବିକେ, ସିଆରପି, ୱାଡ଼ ସଭ୍ୟ/ ସଭ୍ୟା, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ପଞ୍ଚାୟତବାସୀ ଯୋଗଦେଇ ସହଯୋଗ କରିଥିଲେ।