ସେବା ଓ ମାନବିକତାର ପ୍ରତିଛବି: ଶିବମ ପାର୍ଲର ପାଷ୍ଟିକୁଡିର ମାଲିକ ଦୁର୍ଗା ପ୍ରସାଦ ବାରିକ 

ପ୍ରତି ଗୁରବାର ବୃଦ୍ଧ ଓ ଦିବ୍ୟାଙ୍ଗଜନଙ୍କୁ ମାଗଣାରେ କାଟୁଛନ୍ତି କେଶ ଓ ଦାଢ଼ି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନର ସେବା ହିଁ ନାରାୟଣ ସେବା। ଏହି କଥାକୁ କାର୍ଯ୍ୟରେ ପରିଣତ କରିଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ସ୍ଥିତ ଶିବମ ପାର୍ଲରର ମାଲିକ ଦୁର୍ଗା ପ୍ରସାଦ ବାରିକ (ସିଲୁ)। ସେ ସପ୍ତାହର ପ୍ରତି ଗୁରୁବାର ଦିନ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ କେଶ ଓ ଦାଢ଼ି କାଟୁଛନ୍ତି। ଫଳରେ ଆଖ ପାଖ ଅଞ୍ଚଳର ଲୋକେ ମାଗଣାରେ ଏହି ସେବାପାଇ ଉପକୃତ ହେଉଛନ୍ତି। ପ୍ରତି ଗୁରବାର ଦିନ ୨୦ ରୁ ୩୦ ଜଣ ଲୋକ ଆସି ଏହି ସେବାର ଲାଭ ଉଠାଉଛନ୍ତି। ପାର୍ଲର ମାଲିକ ଶ୍ରୀ ବାରିକଙ୍କ ଏପରି ମହତ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ଏହି ମହାନତା ଯୋଗୁଁ ଅନେକ ସଙ୍ଘଠନ ତାଙ୍କୁ ମାନପତ୍ର ଦେଇ ସମ୍ମାନିତ ମଧ୍ୟ କରିଛନ୍ତି। ପାର୍ଲରଠାରେ କାମ କରୁଥିବା କର୍ମଚାରୀ ଦେବ ପ୍ରସାଦ ବାରିକ, ରାଜୁ ବାରିକ ଓ ରାଜା ବାରିକଙ୍କୁ ମଧ୍ୟ ଅଞ୍ଚଳବାସୀ ସାଧୁବାଦ ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.