ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ସମାରୋହ

‘ନୂଆ-ଓଡ଼ିଶା’ ହେଉଛି ଓଡ଼ିଆ ଜାତିର ବୁଦ୍ଧତ୍ଵରୁ ପ୍ରବୁଦ୍ଧତ୍ଵ ଉନ୍ମୁଖୀ ଅଭିଯାତ୍ରାର ଅଭିଲକ୍ଷଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଆଜି ପୂର୍ବାହ୍ଣ ଘ୧୧ଟିକାରେ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ମୁଖ୍ୟ ପରିସରସ୍ଥ ହେରିଟେଜ୍ ହଲରେ ଓଡ଼ିଶା ସରକାରଙ୍କ ‘ନୂଆ-ଓ’ ପ୍ରାୟୋଜିତ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ସମାରୋହ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅଧିସ୍ନାତକ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର୍ ରଞ୍ଜନ କୁମାର ସାହୁ ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିବା ବେଳେ ବାଣିଜ୍ୟ ବିଭାଗ ମୁଖ୍ୟ ଡ. ଅଭିଜିତ ଦାସ ଆନୁଷ୍ଠାନିକ ଭାବେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ପ୍ରଫେସର ଘୋଷ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ-ସରକାରଙ୍କ ‘ନୂଆ-ଓ’ ପ୍ରାୟୋଜିତ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବାସହ ସ୍ଵାଗତ ସମ୍ଭାଷଣ ରଖିଥିଲା ବେଳେ କାର୍ଯ୍ୟକ୍ରମର ନୋଡାଲ ଅଫିସର୍ ତଥା ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟକ ବିବରଣୀ ପାଠ କରିବା ସହ ନୂଆ ଓଡ଼ିଶାରେ ଦୃଷ୍ଟାନ୍ତମୂଳକ ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଉନ୍ନତି ପଥରେ ନିକଟ ଭବିଷ୍ୟତରେ ବିଶ୍ୱଦରବାରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିଜର ପତିଆରା ବିସ୍ତାର କରିବା ନିଶ୍ଚିତ ବୋଲି ସେ ଅଭିମତ ପ୍ରକାଶ କରିଥିଲେ। ସେ ଆହୁରି ସୂଚନା ଦେଇଥିଲେ ଯେ, ୧୩୫୦ରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ, ୬୦୦ରୁ ଊର୍ଦ୍ଧ୍ବ ଅଂଶୀଦାର ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ, ୫୦୦ ରୁ ଊର୍ଦ୍ଧ୍ବ ଅଂଶଗ୍ରହଣକାରୀ ପ୍ୟାନେଲ ଆଲୋଚନାରେ ପଞ୍ଜିକରଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ସରକାରୀ ମହିଳା ମହାବିଦ୍ୟାଳୟ, ବାରିପଦାର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଦସ୍ୟ ତଥା ଫକୀର ମୋହନ ସାହିତ୍ୟ ପରିଷଦର ଭୂତପୂର୍ବ ସଭାପତି ପ୍ରଫେସର ଡ. ଶିରୀଶ ଚନ୍ଦ୍ର ଜେନା ଓ ଖ୍ୟାତନାମା ସାହିତ୍ୟିକ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାରଙ୍କ ଏପରି ଉନ୍ନତି ମୂଳକ ପ୍ରୟାସର ଭୂୟସୀ ପ୍ରଶଂସା କରିବା ସହ ଓଡ଼ିଆ ଅସ୍ମିତାର କଥା କହି ଶ୍ରୀଜଗନ୍ନାଥ ସଂସ୍କୃତିକୁ ଆମର ପରିଚୟ ବୋଲି କହିଥିଲେ । ସେହିପରି ଡ. ପାତ୍ର ଆୟୋଜିତ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମମାନଙ୍କର ସଫଳତା ତଥା ଏଥିର ଅଂଶଗ୍ରହଣ ପରିସଂଖ୍ୟାନକୁ ନେଇ ଭୂୟସୀ ପ୍ରଶଂସା କରି ମଣିଷର ଆଭ୍ୟନ୍ତରୀଣ ଇଂଜିନିୟରିଂରେ ଏହା ସହାୟକ ହେବ ବୋଲି ଆସ୍ଥା ପ୍ରକଟ କରିଥିଲେ। ସେହିପରି ଡ. ଜେନା ଓଡ଼ିଆକୁ ଜ୍ଞାନ ବିଜ୍ଞାନର ଭାଷା ଭାବରେ ପ୍ରତିଷ୍ଠିତ କରିବାକୁ ହେବ ବୋଲି ମତ ପ୍ରକାଶ କରିବା ସହ ଓଡ଼ିଆ ଭାଷାର ଐତିହ୍ୟ ଓ ସମୃଦ୍ଧ ପରମ୍ପରା କଥା କହିଥିଲେ। ସେହିପରି ଶ୍ରୀଯୁକ୍ତ ଦାସ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ଵ ସଭ୍ୟତାପାଇଁ ଯଥାର୍ଥ ସମ୍ମାନିତ ପ୍ରାମାଣିକ ସଂସ୍କୃତି ବୋଲି କହିବା ସହ ଏପରି ପ୍ରତିଯୋଗିତା ସବୁକୁ ଛାତ୍ରଛାତ୍ରୀଙ୍କ ଆତ୍ମ-ଆବିଷ୍କାର ପ୍ରକ୍ରିୟାର ନାମନ୍ତର ବୋଲି ଅଭିହିତ କରିଥିଲେ। ସେହିପରି ନୂଆ – ଓ ଜିଲ୍ଲା ନୋଡାଲ ଅଧିକାରୀ ଡ. ସୁବ୍ରତ କୁମାର ରଣା ସରକାରଙ୍କ ଏହି ପ୍ରୟସର୍ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅତିଥିଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ସ୍ୱରୂପ ବିଜେତାମାନଙ୍କୁ ମାନପତ୍ର, ବିଜୟ ସ୍ମାରକୀ ଓ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ଯଥାକ୍ରମେ ଟ୩୦୦୦ଙ୍କା, ଟ୨୦୦୦ଙ୍କା ଓ ଟ୧୦୦୦ଙ୍କା ନଗଦ ଅର୍ଥରାଶି ପ୍ରଭୃତି ପ୍ରଦାନ କରାଯାଇଥିଲା। ଏତତ୍ ଭିନ୍ନ ୪ର୍ଥ ଓ ୫ମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ସ୍ୱରୂପ ପ୍ରଶଂସାପତ୍ର ସହ ସ୍ମାରକୀ ଓ ସୁଦୂର ଟରୋଣ୍ଟୋ, କାନାଡ଼ାରୁ ପ୍ରକାଶିତ ଶ୍ରୀଜଗନ୍ନାଥଙ୍କ ଉପରେ ଲିଖିତ ଏକ ଗବେଷଣାତ୍ମକ ପୁସ୍ତକ ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା । ରସାୟନ ବିଭାଗର ସହକାରୀ ପ୍ରଫେସର ଡ. ବଳଦେବ ଆଶ, ନୃତତ୍ତ୍ଵ ବିଭାଗର ପ୍ର. ପ୍ରଶାନ୍ତ କୁମାର ସାହୁ ଓ ଡ. ଅଭିଜିତ ଦାସ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲାବେଳେ ପରିଶେଷରେ ଆନୁଷ୍ଠାନିକ ଭାବେ ପ୍ରଫେସର୍ ପ୍ରଶାନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ପ୍ରଫେସର୍ ଡ. ଅଭିଜିତ ଦାସଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ନୃତ୍ୟ, ସଙ୍ଗୀତ ଓ ହାସ୍ୟରସାତ୍ମକ ଅଭିନୟ ପରିବେଷଣକ୍ରମେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କବି ଅଭୟ ଦାସ, କବି ଗଗନ ସେଠୀ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଥିଲାବେଳେ ମହାବିଦ୍ୟାଳୟର ଶତାଧିକ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.