କବିତା : ବାପା

ବାପା

ସୁଧୀର କୁମାର ଧଙ୍ଗଡ଼ାମାଝୀ

ହାତ ନ ଧରିଲେ
ପିଲା ଚାଲି ଶିଖେନାହିଁ,
ହାତ ନ ଛାଡ଼ିଲେ
ପିଲା ପହଁରା ଶିଖେନି ।

ସେଇଥିପାଇଁ ବାପାମାନେ
ଛାଡ଼ିଦିଅନ୍ତି
ଧରିଥିବା ହାତ !

ତମେ ଚାଲି ଶିଖେଇଥିଲ ବାପା,
ଝୁଂଟିପଡ଼ିଲେ
ନେଉଥିଲ କୋଳେଇ ।
ସବୁ ଝଡ଼ଝଞ୍ଜାକୁ ପିଠିକରି
କରୁଥିଲ ରକ୍ଷା ।

ସଂସାର ସାଗରେ
ପହଁରା ଶିଖେଇବା
ଏତେ ଜରୁରୀ ଥିଲା କି ବାପା ?
ଛାଡ଼ିଦେଲ ହାତ ।

ବୁଡ଼ିମଲା ବେଳେ
ହାତ ବଢେଇଲେ ବି
ଆଉ ଧରିଲନି ।

ଭଲଲୋକମାନେ
କାଳେ ଈଶ୍ୱରଙ୍କ ପ୍ରିୟ !
ତମେ ଏତେ ଭଲ
କାହିଁକି ହେଲ ବାପା ?

ମୋ: ୭୦୦୮୫୬୮୭୮୦

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.