ବଲାଙ୍ଗିର ସରକାରୀ ମହାବିଦ୍ୟାଳୟଠାରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦଯାପିତ ହୋଇଯାଇଛି। କଟାପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଧ୍ୟାପିକା ଡ. ଭଗବତୀ କର ‘ପଶ୍ଚିମ ଓଡ଼ିଶା ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ’ ପ୍ରସଙ୍ଗରେ କହିଲେ ଯେ, ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ଆରାଧ୍ୟ ଦେବତା, ପରିଚୟ, ଅସ୍ମିତା। ଜଗତର ଠାକୁର ହେଇଥିଲେ ବି ତାଙ୍କୁ ମଧ୍ୟ ନିଜକୁ ରକ୍ଷା କରିବା ପାଇଁ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିବାକୁ ପଡ଼ିଥିଲା। ବର୍ଗୀ ଆକ୍ରମଣ ସମୟରେ ସେ ଦୀର୍ଘ ବର୍ଷ ପାତାଳୀ ଶ୍ରୀକ୍ଷେତ୍ରରେ ଆତ୍ମଗୋପନ କରିଥିଲେ। ଭଟଲି ଦଧିବାମନ ଭାବେ ଏବେ ବି ପୂଜା ପାଉଛନ୍ତି। ତାଙ୍କୁ ବିଶ୍ୱାସ କରିବା ଆମର ଆଧ୍ୟାତ୍ମିକ ପରାକାଷ୍ଠା। ସେହିଭଳି ଡ. ଅଶୋକ କୁମାର ମହାପାତ୍ର ‘ସାଂପ୍ରତିକ ସମୟରେ ଓଡ଼ିଆ ଭାଷା ଓ ସାହିତ୍ୟ’ ଉପରେ ବିଶଦ ଆଲୋଚନା କରି ଭାଷାକୁ ସମୃଦ୍ଧ ଓ ସୁରକ୍ଷିତ କରିବା ଆମର ଉତ୍ତର ପିଢ଼ି ପାଇଁ ଧ୍ୟେୟ ହେବା ଉଚିତ ବୋଲି କହିଥିଲେ। ଭାଷାକୁ ବ୍ୟବହାର କଲେ, ସଠିକ ଉଚ୍ଚାରଣ କଲେ ଆମର ଓଡ଼ିଆତ୍ୱ ରହିବ ବୋଲି କହିଥିଲେ। ଅନ୍ୟତମ ଆଲୋଚକ ଅଧ୍ୟାପକ ହୃଷୀକେଶ ଦାସ ‘ଓଡ଼ିଆ ଜାତି ଓ ନୀଳକନ୍ଦରର ନୀଳ ଗୋସେଇଁ’ ଉପରେ ଆଲୋଚନା କରି ଜଗନ୍ନାଥଙ୍କ ଉତ୍ପତ୍ତି, ବିକାଶ ଓ ବିଭିନ୍ନ ସମୟରେ ତାଙ୍କ ରହସ୍ୟମୟ ଲୀଳା ଉପରେ କହିଥିଲେ। ସେହିଭଳି ଜଗନ୍ନାଥ ମନ୍ଦିରର ବିଭିନ୍ନ ଦିଗ ଉପରେ ଦୃଷ୍ଟିପାତ କରିଥଲେ। ଅନ୍ୟତମ ସାହିତ୍ୟିକ ଆନନ୍ଦ ଚନ୍ଦ୍ର ସାହୁ ଓ ଡ. ଜଗନ୍ନାଥ ସାହୁ ‘ମୁଁ କାହିଁକି ଲେଖେ’ର ଉତ୍ତର ଦେଇ ଜଣେ ସମ୍ବେଦନଶୀଳ ମଣିଷ, ପ୍ରେମିକ ମଣିଷ ହିଁ ପ୍ରକୃତ କବି ବୋଲି ନିଜ ନିଜ ଲେଖକୀୟ ଜୀବନ ସମ୍ପର୍କରେ କହି ଛାତ୍ରଛାତ୍ରୀମାନଙ୍କୁ ଅଭିପ୍ରେରିତ କରିଥିଲେ। ଅଧ୍ୟକ୍ଷ ପ୍ରଫେସର୍ ଘନଶ୍ୟାମ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବିଭିନ୍ନ ବିଷୟକୁ ନେଇ ହେଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଡ. କୌତୁକ ପନ୍ଦର ସଭା ପରିଚାଳନା କରିଥିବା ବେଳେ ଡ. ରମଣୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଡ଼ ଅମୃତ ସିଂ ବରିହା, ଡ. ଅଶୋକ କୁମାର ମହାରଣା, ଅମିତୋଷ ତ୍ରିପାଠୀ, ରାମଶଙ୍କର ମେହେର, ପୁରୁଷୋତ୍ତମ କିଶାନ, ମଳୟ କଅଁର, ବିଶ୍ବଭୂଷଣ ବିଶ୍ଵାଳ, ନୀଳକଣ୍ଠ ନାଗ, ଅଧ୍ୟାପିକା ବନ୍ଦନା ବାର୍, ମଧୁସ୍ମିତା ମିଶ୍ର, ରିଚା ବିଶ୍ଵାଳ, କ୍ଷୀରୋଦିନୀ ଭୁଏ, ରଶ୍ମିତା ପ୍ରଧାନ, ଅମୃତା ମହାପାତ୍ର, ଈଶ୍ୱରୀ ଇପ୍ସିତା, ଅଞ୍ଜଳି ସିଂ, ଛାତ୍ରୀ ଗାର୍ଗୀ ଗିରିଜା ବହିଦାର ପ୍ରମୁଖ ସଭାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.