ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ପୁଣି ନୂଆପଡା ଜିଲ୍ଲାରେ ଭିଜିଲାନ୍ସର ରେଡ ହୋଇଛି | ନୂଆପଡା ଜିଲ୍ଲା କୋମନା ତହସିଲରେ କାର୍ଯ୍ୟରତ ରେଭେନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାୟକ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି | ତେବେ ଆର.ଏସ ଅକ୍ଷୟ ନାୟକ କୋମନା ବ୍ଲକ ଅନ୍ତର୍ଗତ ଜଣେ ହିତାଧିକାରୀଙ୍କ ଠାରୁ ନଗଦ ୧୫ ହଜାର ଟଙ୍କା ଉଦ୍ୟାନବନ୍ଧ ଏସ.ବି.ଆଇ ବ୍ୟାଙ୍କ ସାମ୍ନାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି | ସେହି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା କରାଇଦେବା ପାଇଁ ଆର.ଏସ ଅକ୍ଷୟ ନାୟକ ନଗଦ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ରହିଛି | ତେବେ ଲାଞ୍ଚ ନେଉଥିବାର ଖବର ପାଇ କୋରାପୁଟ ଭିଜିଲାନ୍ସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଆର.ଏସ ଅକ୍ଷୟ ନାୟକଙ୍କୁ ସୋମବାର ସନ୍ଧ୍ୟା ୭ ଟା ସମୟରେ ଚଢ଼ାଉ କରି ପ୍ରମାଣ ସହିତ ଗିରଫ କରିଛି | ଏହା ସହିତ ଭିଜିଲାନ୍ସ ଟିମ ଅକ୍ଷୟ ନାୟକଙ୍କ ପୈତୃକ ବାସଭବନ, ସରକାରୀ ବାସଭବନରେ ମଧ୍ୟ ଚଢ଼ାଉ କରି ସମସ୍ତ ତଥ୍ୟ ଓ ସମ୍ପତ୍ତି ଆକଳନ କରୁଛି, ଯାହାକି ଭିଜିଲାନ୍ସ ତଦନ୍ତ ପ୍ରକ୍ରିୟାର ଅନ୍ତର୍ଭୁକ୍ତ ହୋଇଥିବାରୁ ଗୋପନୀୟ ରଖିଛି | କୋରାପୁଟ ଭିଜିଲାନ୍ସ ପୋଲିସ ଷ୍ଟେସନରେ ନମ୍ବର ୫/୨୦୨୪ କେସରେ ଧରା ୭/୨୦୧୮ ରେ ଗିରଫ କରି ତଦନ୍ତ କରୁଛି | କୋରାପୁଟ ଭିଜିଲାନ୍ସ ଡିଏସପି ଦୀନବନ୍ଧୁ ବେହେରା, ଇନ୍ସପେକ୍ଟର ପ୍ରମିଳା ସୁନା, ଇନ୍ସପେକ୍ଟର ଆଲୋକ କୁମାର ମହାପାତ୍ର ଏବଂ ଟିମ ପ୍ରମୁଖ ଏହି ରେଡରେ ସାମିଲ ଥିଲେ |