ସ୍ବର୍ଗତ ପ୍ରସନ୍ନ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମହାରାଜା ହାଇସ୍କୁଲର ଆଦର୍ଶ ଗଣିତ ଶିକ୍ଷକ ତଥା ଗୀତା ଭାଷ୍ୟ ସଙ୍କଳନର ରଚୟିତା ସ୍ବର୍ଗତ ପ୍ରସନ୍ନ କୁମାର ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ସ୍ଥାନୀୟ ଏନଜିଓସିସି ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା ସମେତ କର୍ଣ୍ଣ, ନାସା ଓ ଗଳାର ପରୀକ୍ଷା ଓ ସୁଗର, ବ୍ଲଡ ପ୍ରେସର୍ ପରୀକ୍ଷା କରାଯାଇଥିଲା। ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ, ଅବକାରୀ ଅଧିକ୍ଷୀକା ସୁମତି ତ୍ରିପାଠି, ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ମହାନଦୀ ନେତ୍ର ଚିକିତ୍ସାଳୟ ଆଖି ଡ଼ା ପ୍ରଶାନ୍ତ ସିଂହ, ନାଶା ଗଳା କର୍ଣ୍ଣ ବିଭାଗର ସ୍ଥାନୀୟ ଡାକ୍ତର ଲକ୍ଷ୍ମଣ ପଣ୍ଡା ଯୋଗ ଦେଇ ଏଭଳି ମହତ୍ ଅୟୋଜନକୁ ଭୂୟସୀ ପ୍ରଶଂସା କରି ଏହି ସେବା ଆଗକୁ ବ୍ୟାପକ କରିବାକୁ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ଆଇନଜିବୀ ପ୍ରଦୀପ ପୁରୋହିତ ଏହି ମହତ ସେବା ଶିବିର ଉପରେ ବକ୍ତବ୍ୟ ରଖିଥିଲେ। ଶିବିରର ଆୟୋଜକ ପଠାଣ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶିବିର ପରିଚାଳନା କରାଯାଇଥିବା ବେଳେ, ମହାନଦୀ ନେତ୍ର ଚିକିତ୍ସାଳୟ ଓ କ୍ୟୁର୍ବା ସ୍ଵାସ୍ଥ୍ୟ ସେବା ସଂସ୍ଥା ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ୱଚ୍ଛ ଭାରତ ସଂଗଠନ, ଗୋପାଳ ଜୀ ଯୋଗାଳୟ, ରକ୍ତ ଦାତା ସଂଘ, ସାମ୍ୱାଦିକ ସଂଘ, ବରିଷ୍ଠ ନାଗରିକ ସଂଘ, ବାପୁଜୀ କ୍ଳବ, ପଏଁରି, କୃଷକ ସଂଘ, ଅଣ ଗେଜେଟେଡ କର୍ମଚାରୀ ସଂଘ ସମେତ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗ କରିଥିଲେ। ସଭାକୁ ମନୋରଞ୍ଜନ ତ୍ରୀପାଠୀ ସଂଯୋଜନା କରିଥିବା ବେଳେ ସମାଜସେବୀ ମନୋଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ୱାଦିକ ମହାଦେବ ମଲ୍ଲିକ, ରଞ୍ଜନ ବାରିକ, ଭାସ୍କର ଦାଶ, ଶୁଶାନ୍ତ ପଣ୍ଡା, ସମାଜସେଵୀ ଇନ୍ଦୁମତି ପୁରୋହିତ ପ୍ରମୁଖ ସମସ୍ତ ସାମ୍ୱାଦିକ ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.