ରାକ୍ସିରେ ପଞ୍ଚାୟତସ୍ତରୀୟ ‘ଆମ ଓଡ଼ିଶା ନବୀନ ଓଡିଶା’ ସଚେତନତା ଶିବିର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଚାୟତ ସ୍ତରମାନଙ୍କରେ ହେଉଥିବା “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ଶିବିର ନର୍ଲା ବ୍ଳକର ପ୍ରତ୍ୟେକ ଗ୍ରାମପଞ୍ଚାୟତ ମାନଙ୍କରେ ଅନୁଷ୍ଠିତ ହେଉଛି। ସେହି କ୍ରମରେ ବୁଧବାର ଦିନ ରାକ୍ସି ଗ୍ରାମ ପଞ୍ଚାୟତରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ “ଆମ ଓଡ଼ିଶା ନବୀନ ଓଡ଼ିଶା” ସଚେତନତା ଶିବିର  ଅନୁଷ୍ଠିତ ହୋଇଯାଇଛି। ରାକ୍ସି ସରପଞ୍ଚ ଯେମନ୍ତ ପୋଢଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ସଚେତନତା ଶିବିରରେ ମୂଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମ୍ମାନୀତ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ବିଡ଼ିଓ ରିପୁନାଥ ସୁନା, ନର୍ଲା ବ୍ଲକ ଯୁବ ବିଜେଡ଼ି ସଭାପତି ତଥା ପୂର୍ବତନ ସରପଞ୍ଚ ବିଜୟ କୁମାର ଧଙ୍ଗଡାମାଝୀ, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ବାଗପୁର ସରପଞ୍ଚ ଗୋପାଳ ହାତୀ, ରାକ୍ସି ସମିତି ସଭ୍ୟ ଚୁମନ ଭୋଇ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ, ଜିପିଓ ରବି କୁମାର ନାଏକ, ଏମଆଇ ଶିବ ପ୍ରସାଦ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ।

Udyog Nursery
Udyogi Nursery

ରାଜ୍ୟ ସରକାରଙ୍କ ଦ୍ବାରା ରୂପାନ୍ତିକରଣ, ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡ଼ିକର ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ, କ୍ରୀଡ଼ା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ, ସୁଗମ ପରିବହନ ବ୍ୟବସ୍ଥା ଉପରେ ଲୋକମାନଙ୍କୁ ଏଲ୍.ଇ.ଡି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ ଲୋକଙ୍କୁ ସଚେତନ କରିବା ପାଇଁ ଷ୍ଟଲ ଗୁଡ଼ିକ ଖୋଲା ଯାଇଥିଲା।

ଏହି ଅବସରରେ ଦେବଗିରି ବନାବାଡି ଏକାଡେମୀର ବାଡ଼ି ଖେଳ, ରାକ୍ସିର ଘୁମୁରା ସହ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସାଂସ୍କୃତିକ ଦଳମାନେ ନିଜ ନିଜ ନୃତ୍ୟ ପରିବେଷଣ କରି ଜନସାଧାରଣଙ୍କ ମନୋରଞ୍ଜନ କରିଥିଲେ ଓ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଏହି ଅବସରରେ ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନୀତ କରାଯାଇଥିଲା।

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସହଶ୍ରାଂଶୁ ମିଶ୍ର ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ନେଇଥିବା ବେଳେ ବିଶିଷ୍ଟ ମଞ୍ଚ ସଂଚାଳକ ବିନୟ ଭୋଇ ସଭା ସଂଚାଳନ ଏବଂ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଆରଏସ ସୁନୀଲ ଭୋଇ, ଯୋଗାଣ ସହାୟକ ଚୈତନ୍ୟ ସାହୁ, ପିଅନ କେଶରୀ ଭୋଇ, ଧନୁର୍ଯ୍ୟ ଭୋଇ, ଏସଇଏମ ସୁଦାମ ଧଙ୍ଗଡାମାଝୀ, କୈାତୁକ ପୋଢଙ୍କ ସମେତ ସମସ୍ତ ୱାର୍ଡ଼ ମେମ୍ବର, ନାଏବ ସରପଞ୍ଚ ଓ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସିଆରପି, ଏମବିକେ, ମିଶନ ଶକ୍ତି ମହିଳାମାନଙ୍କ ସହିତ ଶତାଧିକ ମହିଳା ଓ ଜନସାଧାରଣ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଉତ୍ସାହିତ ହୋଇଥିଲେ। ପରିଶେଷରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.