ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ରୀଙ୍କ କୃତିତ୍ୱ

ଓଡ଼ିଆ ବାର୍ତ୍ତା/ ରଘୁନାଥପୁର: ରଘୁନାଥପୁର ବ୍ଲକ ରେଢୁଆ ପଞ୍ଚାୟତ ଅରେଇକଣା ଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଚତୁର୍ଥ ଶ୍ରେଣୀ ଛାତ୍ରୀ ଜେ. ଏସ. ଦିବ୍ୟାଂଶୀ ତୃତୀୟ ଶ୍ରେଣୀର ବୃତ୍ତି ପାଇବା ପାଇଁ ଯୋଗ୍ୟା ବିବେଚିତ ହୋଇଛନ୍ତି । ଦିବ୍ୟାଂଶୀ ସାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଜୋସେଫ ସ୍ୱାଇଁ ଓ ଶର୍ମିଷ୍ଠା ବିଶ୍ଵାଳଙ୍କ ଏକମାତ୍ର କନ୍ୟା ଅଟନ୍ତି । ଏହି କୃତିତ୍ୱ ପାଇଁ ବିଦ୍ୟାଳୟ ପରିସରରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଆଇନଜୀବୀ ପ୍ରତାପ ମହାପାତ୍ର ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.