‘ଆମ ଓଡିଶା ନବୀନ ଓଡିଶା’ର ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମ ପଞ୍ଚାୟତ ଥୁଆମୂଳ ରାମପୁର ଠାରେ ଅନୁଷ୍ଠିତ ହୋଇଯାଇଛି ‘ଆମ ଓଡିଶା ନବୀନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ।ଥୁଆମୂଳ ରାମପୁର ସରପଞ୍ଚ ଶ୍ରୀମତୀ ବିଜୟା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂସ୍କୃତି ବିଭାଗର ରିସୋର୍ସ ପର୍ସନ ଅଜୟ ମିଶ୍ର, ବିଜେଡିର ଆଇନ ପରାମର୍ଶ ଦାତା ହରଜିନ୍ଦର୍ ସିଂ, ଭାରପ୍ରାପ୍ତ ଏବିଡିଓ ବିଶ୍ବନାଥ ରାଉତ,ବିଶିଷ୍ଟ ଶିକ୍ଷାବିତ ପରମାନନ୍ଦ ନାଏକ, ସମିତି ସଭ୍ୟା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ, ଥୁଆମୂଳ ରାମପୁର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଟୁନି ଖୋସ୍ଲା(ଦୁରିଆ) ପ୍ରମୁଖ ଉପସ୍ଥିତ ଥିବାବେଳେ ମୁଖ୍ୟ ବକ୍ତା ଭାବେ ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଏସବୁ ଯୋଜନା ମାଧ୍ୟମରେ ଜନସାଧାରଣ କିଭଳି ସୁବିଧା ପାଇ ଉପକୃତ ହେଉଛନ୍ତି ଏନେଇ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନୃତ୍ୟ ପରିବେଷଣ କରିଥିଲେ। ସେମାନଙ୍କୁ ସମ୍ମାନିତ କରିବା ସହିତ ପୁରଷ୍କୃତ କରାଯାଇଥିଲା। ଏଥିସହିତ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆବାସ ଯୋଜନା ସଂଯୋଜକ ରାଜେନ୍ଦ୍ର ନାରାୟଣ ସିଂହ ମଞ୍ଚ ପରିଚାଳନା କରିଥିବାବେଳେ ଥୁଆମୂଳ ରାମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବେହେରା,ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କଧର ସାହୁ,ଗ୍ରାମ ରୋଜଗାର ସେବକ ଧନୁର୍ଜୟ ସାହୁ, ଯୋଗାଣ ସହାୟକ ତ୍ରୀସେନ୍ଦ୍ର ନାଏକଙ୍କ ସମେତ ନାଏବ ସରପଞ୍ଚ ଏବଂ ସମସ୍ତ ଓ୍ବାର୍ଡ ମେମ୍ବର ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.