ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଇନ୍ଦ୍ରମଣି ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡ. ଜ୍ୟୋତି ରଞ୍ଜନ ବହିଦାର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବହୁ ମୂଲ୍ୟ ମାର୍ଗଦର୍ଶନ କରିଥିବା ବେଳେ ବିଭିନ୍ନ କ୍ଷେତ୍ରରେ କୃତୀ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ମୁଖ୍ୟବକ୍ତା ଭାବେ ଶ୍ରୀ ମଦନ ମୋହନ ଦାନୀ ଯୋଗ ଦେଇଥିବା ବେଳେ ପରିଚାଳନା କମିଟି ସଂପାଦକ ଶ୍ରୀ ହରି ନାରାୟଣ ତ୍ରୀପାଠୀ ସଂପାଦକୀୟ ବାର୍ଷିକ ବିବରଣୀ ପଠନ କରିଥିଲେ। ସ୍କୁଲ୍ ଅଧ୍ୟକ୍ଷ ପତିତ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀ ଲକ୍ଷ୍ମଣ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭା ଆରମ୍ଭ ରେ ଯନ୍ତ୍ର ସଙ୍ଗୀତ ସହ ସାମୁହିକ ନୀରବ ଧ୍ୟାନ କରଯାଇଥିବା ବେଳେ ଶିକ୍ଷା କେନ୍ଦ୍ରର ଛାତ୍ରୀ ମାନଙ୍କ ଦ୍ଵାରା ଆବାହନୀ ସଙ୍ଗୀତ ପରିବେଷଣ କରଯାଇଥିଲା। ଶିକ୍ଷା କେନ୍ଦ୍ରର ସୁକାନ୍ତି ଅପା ମା ଦୁର୍ଗା ସ୍ତୋତ୍ର ପଠନ କରିଥିବା ବେଳେ ସ୍କୁଲ୍ ର ସମସ୍ତ ଅପା ଓ ଶିକ୍ଷକ ତଥା କର୍ମଚାରୀ ସହଯୋଗ କରିଥିଲେ।