ସଇଁତଲାରେ ୯ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ: ମହାଦୀପ ଓ ବିବାହ ଉତ୍ସବରେ କମ୍ପିଲା ମଣ୍ଡପ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଆନୁକୂଲ୍ୟରେ ସ୍ଥାନୀୟ ହାଟପଦା ପରିସରରେ ୪ ଦିନ ଧରି ନଅ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ ହୋଇଯାଇଅଛି। ଏଥିରେ ଗାୟତ୍ରି ପରିବାର ସଂଯୋଜକ ସୁଶାନ୍ତ ମାଝୀ ତତ୍ତ୍ୱବଧାନରେ ପୂଜାର୍ଚ୍ଚନା କାର୍ଯ୍ୟ ସମାପନ ହେଉଥିବାବେଳେ ହରିବନ୍ଧୁ ସାହୁ ତାଙ୍କ ଧର୍ମପତ୍ନୀ ମିନା ସାହୁ କର୍ତ୍ତା ଦାୟିତ୍ୱ ତୁଲାଇ ଆସୁଥିଲେ l ଉକ୍ତ ଯଜ୍ଞମଣ୍ଡପକୁ ରୁଷିପୁତ୍ର ପ୍ରଶାନ୍ତ ଅଗ୍ରୱାଲ, ପଙ୍କଜିନୀ ପଣ୍ଡା ଓ ତାଙ୍କ ସାଥି ପରିଚାଳନା କରୁଥିଲେ l ଏହି ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ପ୍ରତିଦିନ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ , ଯଜ୍ଞ ଆହୁତି ମହାଦୀପ ଯଜ୍ଞ ସହ ଦିନବେଳା ମୁଣ୍ଡନ, ବ୍ରତ, ବିଦ୍ୟା, ଦୀକ୍ଷା, ବିବାହ, ଗର୍ଭ ସଂସାର କାର୍ଯ୍ୟକ୍ରମ କରାଯାଉଥିଲା l ଉକ୍ତ କାର୍ଯ୍ୟକ୍ରମରେ ଭକ୍ତମାନଙ୍କ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା l ଏହି ହରିପ୍ରସାଦ ଅଗ୍ରୱାଲ, ଅଖିଳ ସାହୁ, ପ୍ରଦୀପ ଜାଲ, ପ୍ରମୋଦ ଵୈଠାରୁ, ଭୀମସେନ ସ୍ୱାଇଁ, ବନ ବିହାରୀ ସାହୁ, ସୁରେଶ ରଣା, ସୋମନାଥ ପଟେଲ, ସରୋଜ ଵୈଠାରୁ , ଭଗବାନ ଯୋଶୀ, ମଦନ ଲାଲ ଅଗ୍ରୱାଲ, ପ୍ରମୋଦ ଅଗ୍ରୱାଲ, ବିନୟ ଭୋଇ, କୈଳାଶ ଅଗ୍ରୱାଲ, ରାଜୁ ଅଗ୍ରୱାଲ, ସୁରେଶ ଜୈନ, ନାରାୟଣ ଜାଲ, ସମୀର ବୈଠାରୁ, ମୁନୁ ପଟେଲ, ଅନି ରାଓ , ଯୁଗଲାଲ ବଗର୍ତି, ଲିଙ୍ଗରାଜ ବୈଠାରୁ, ସଦାନନ୍ଦ ସାହୁ, ନିତ୍ୟା ରଣା, ବେଣୁଧର ସାହୁ, ହେମରାଜ ସାହୁ, ବାଳକୃଷ୍ଣ ସାହୁ, ତ୍ରିଲୋଚନ ସାହୁ, ଭୀଷ୍ମ ସାହୁ, ଅଲେଖ ସାହୁ, ଶିବା ସାହୁ, ଛନ୍ଦାଚରଣ ସେଠ, ଜୟରାମ ସାହୁ, ଲକ୍ଷଣ ସେଠ, ଗୌରହରି ସାହୁ ଓ ସହ ଗାୟତ୍ରୀ ପରିବାରର ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.