କେରମେଲି ସ୍କୁଲର ବାର୍ଷିକ ଉତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେରମେଲି ଠାରେ ଶୁକ୍ରବାର ମହାଆଡମ୍ବରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ କୁମାର ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷା ମୋନିକା ସିଂ ଭୋଇ ଯୋଗଦାନ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ , କେରମେଲି ସରପଞ୍ଚ ଅଶୋକ ସାହୁ, କେରମେଲି ସମିତି ସଭ୍ୟ ନବୀନ ରଣା, ସ୍କୁଲ ପରିଚାଲନା କମିଟି ସଭାପତି ଯଜ୍ଞଶ୍ୱର ଦାଶ ଓ ଭ୍ରମର ବରସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉପରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରଥମେ ଅତିଥିମାନଙ୍କୁ ଦ୍ଵାରା ମା ସରସ୍ୱତୀ ଙ୍କ ଫୋଟୋ ଚିତ୍ର ରେ ପୂଜାର୍ଚ୍ଚନା କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସ୍କୁଲର ଛାତ୍ରୀମାନେ ଅତିଥିମାନଙ୍କୁ ସ୍ୱାଗତ ସଙ୍ଗୀତ ଗାନ କରିବା ସହ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ଶିକ୍ଷୟତ୍ରୀ ମୋନାଲିସା ମହାପାତ୍ର ବାର୍ଷିକ ବିବରଣୀ ପଠନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଏହାର ପୁରସ୍କାର ବିତରଣୀ ଉତ୍ସବରେ ଶିକ୍ଷକ ଅନୁପମ ମହାନ୍ତି ଙ୍କ ତତ୍ତ୍ୱବଧାନରେ ପୂର୍ଵରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ପରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିରେ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ସବିତା ଏକ୍କା, ରଶ୍ମିତା ନାୟକ, ରିନୁ ସାହୁ, ଗୀତାଞ୍ଜଳି ମହାକୁର, ସୋମ୍ୟ ରଞ୍ଜନ ମହାନ୍ତି, ମିନତୀ ଦାଶ, ଶିକ୍ଷକ ପ୍ରଶାନନ୍ଦ ବାଗ, ଅନୁପମ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.