ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାମେଶ୍ୱର ମନ୍ଦିର ଠାରେ ଆଜି ଚନ୍ଦ୍ରିକା ସେବା ଟ୍ରଷ୍ଟ ଆନୁକୁଲ୍ୟରେ ଏକ ସାମୁହିକ ବ୍ରତପନୋୟନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୫ ଜଣ ବ୍ରାହ୍ମଣ ପିଲା ଯଜ୍ଞପୋବିତ ଧାରଣ କରିଥିଲେ। ସେବା ଟ୍ରଷ୍ଟ ପକ୍ଷରୁ ଗରିବ ବ୍ରାହ୍ମଣ ପିଲାଙ୍କୁ ନେଇ ଏହି ସାମୂହିକ ବ୍ରତୋପନୟନ କରାଯାଇଛି। ଏଥିରେ ପୂଜକ ଭାବେ ପଣ୍ଡିତ ରାଧେଶ୍ୟାମ ପୁରୋହିତ, ରାଜୀବ ଲୋଚନ ପଣ୍ଡା, ରମେଶ ପାଣିଗ୍ରାହୀ, ବୁଲୁ ମିଶ୍ର, କରୁଣା କର, ସୁଦର୍ଶନ ହୋତା, ବୀରେନ୍ଦ୍ର ଚାନ୍ଦ, ରାଜକିଶୋର ପୁରୋହିତ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଆନନ୍ଦ ପୂଝାହାରୀ, ରାମାନୁଜ ପୂଝାରୀ, ସୁଶାନ୍ତ ପୁରୋହିତ, ନୀଳମଣି ହୋତା, ବୈକୁଣ୍ଠ ମିଶ୍ର, ଘନଶ୍ୟାମ ପଣ୍ଡା, ସୁଦାମ ପଣ୍ଡା, ସାନନ୍ଦ ଦାଶ, ଗୋପାଳ ପାଢୀ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ମନ୍ଦିର ପ୍ରାଙ୍ଗଣରେ ହଜାର ସଂଖ୍ୟାରେ ଭକ୍ତ ପ୍ରସାଦ ସେବନ କରିଥିଲେ। ଟ୍ରଷ୍ଟ ସଭାପତି ବଣ୍ଟୁ ଅଗ୍ରୱାଲଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପ ସଭାପତି ସନ୍ତୋଷ ମିଶ୍ର, ସମ୍ପାଦକ ନାରାୟଣ ରଥ, ପିନି ମହାପାତ୍ର, ରୀନା ବାରିକ, ଜୟନ୍ତୀ ରଥ, ଭଗବତୀ ରାୟଗୁରୁ, ସନ୍ତୋଷିନୀ ନନ୍ଦ, ରାଜକୁମାର ମେହେର, ରାଜେନ୍ଦ୍ର ମେହେର, ସତ୍ୟବ୍ରତ ପଧାନ, ଦେବାଶିଷ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।