ବୋଏରଭାଡି ଓ ଦର୍ଲିମୁଣ୍ଡା ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ବୋଏରଭାଡି ଓ ଦର୍ଲିମୁଣ୍ଡା ପଂଚାୟତରେ ଆମ ଓଡିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆପଡା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ତତ୍ୱାବଧାନରେ ଏବଂ ବୋଏରଭାଡି ପିଇଓ ପରିତୋଶ ମିଶ୍ରଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ରାଉତ, ସମିତିସଭ୍ୟା ଚନ୍ଦନ କୁମାର ବଂଜାରା, ସମାଜସେବୀ ରୋହିତ କୁମାର ରାଉତ, ନାଏକ ସରପଞ୍ଚ ତନୟା ପାଣ୍ଡେ ପ୍ରମୁଖ ଯୋଗ ଦେଇ ମଂଚାସୀନ ଥିଲ। ପ୍ରାତପ ମେଲୋଡି ଗ୍ରୁପ ଦ୍ୱାରା କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା। ସେହିପରି ଦର୍ଲିମୁଣ୍ଡା ଠାରେ ମଧ୍ୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆପଡା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ତତ୍ୱାବଧାନରେ ଏବଂ ପିଇଓ କମଲ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ସ୍ଥାନୀୟ ସରପଞ୍ଚ ସନ୍ଧ୍ୟାରାଣୀ ମିର୍ଧା, ନାୟକ ସରପଞ୍ଚ ହିମାଦ୍ରୀ କନ୍ଧ, ସମାଜସେବୀ ଇଶ୍ୱରଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ଡୋଲାମଣି ପ୍ରଧାନ, ଚୈତନ୍ ମାଝୀ, ଶିକ୍ଷାବିତ ମୁରଲୀଧର ରାଉତ ପ୍ରମୁଖ ଉପସ୍ଥିତ ରହି ମଂଚାସୀନ ଥିଲେ। କାଦୋମେରୀ ପିଇଓ ଡିକେନ୍ଦ୍ର ମାଝୀ, ଦର୍ଲିମୁଣ୍ଡା ଜିଆରଏସ ଡିଗାମ୍ଭର ଅଘରିଆ ଏହି କାର୍ଯ୍ୟକ୍ରମରେ ବିଶେଷଭାବେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ସ୍ଥାନୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନୃତ୍ୟ ପରିବେଶଣ କରିଥିଲେ। କାଦୋମେରୀ ପିଇଓ ଡିକେନ୍ଦ୍ର ମାଝୀ ଏହି କାର୍ଯ୍ୟକ୍ରମରେ ବିଶେଷଭାବେ ସହଯୋଗ କରିଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.