ସର୍ବଭାରତୀୟ ରାମଧୂନ୍ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବରଗଡ ଦଳ ୩-୨ ଗୋଲରେ ବିଜୟୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସର୍ବଭାରତୀୟ ୧୫ ତମ ରାମଧୁନ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣାମେଣ୍ଟକୁ ଉଦ୍ଘାଟନ କରିଥିବା ବେଳେ ସୁବର୍ଣ୍ଣପୁରର ଏସପି ୟସ୍ ପ୍ରତାପ ଶ୍ରୀମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟୋଜକ ଓ ଖେଳାଳିଙ୍କୁ ଉତ୍ସାହିତ କରି ଏଭଳି ସୁନ୍ଦର ଖେଳ ପଡ଼ିଆ ଓଡ଼ିଶାରେ କ୍ଵଚିତ ବୋଲି ଆୟୋଜକଙ୍କୁ ପ୍ରଶଂସା କରିଥିଲେ ଏବଂ ଖେଳକୁ ଉପଭୋଗ କରିଥିଲେ। ଅନ୍ୟତମ୍ ଅତିଥି ଭାବେ ପୌର ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ସୋନପୁର ସେଲ୍ ଟେକ୍ସ ଅଫିସର୍ ବିକାଶ ମହାନ୍ତି ଓ ସମସ୍ତ ଟିମ୍ ପ୍ରଯୋଜକ ଯୋଗ ଦେଇଥିଲେ। ଭୁବନେଶ୍ୱର କିଶୋର କ୍ଲବକୁ ୩-୨ରେ ପରାସ୍ତ କରି ବରଗଡ ୟୁନାଇଟେଡ଼ ଦଳ ଉଦଘାଟନୀ ମ୍ୟାଚ୍ ବିଜୟୀ ହୋଇଥିବା ବେଳେ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବରଗଡ ଦଳର ଅଙ୍କିତ ବେହେରାଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ମୂଖ୍ୟ ରେଫରି ଭାବେ ସଞ୍ଜୀବ ସାହୁ ଖେଳ ପରିଚାଳନା ଓପିଇଟି ସଲିଳ ବେହେରା, ସୁଭାସିସ ବେହେରା, ଦିଲ୍ଲିପ ରାଉତ ସହଯୋଗ କରିଥିଲେ। ପ୍ରଭୁ ଦାଶ ଖେଳର ଧାରା ବିବରଣୀ ପ୍ରଦାନ୍ କରିଥିବା ବେଳେ କ୍ଲବର ଉପଦେଷ୍ଟା ଚିତ୍ତ ରଂଜନ ତରାସିଆ ସଭା ସଂଯୋଜନା କରିଥିଲେ। ମିଡ଼ିଆ ସଂଯୋଜକ ମନୋରଂଜନ ତ୍ରୀପାଠୀ ଅତିଥି ସ୍ଵାଗତ କରିଥିବା ବେଳେ ବିକାଶ ପଣ୍ଡା, ସୋମନାଥ ମିଶ୍ର, ରଞ୍ଜୁ ସାହୁ, ରାଜୀବ ସାହୁ, ବୁବୁନ ନାଏକ, ପରେନ୍ଦ୍ର ନାଏକ, ପଦ୍ମନାଭ ପାଢ଼ୀ, ଚନ୍ଦନ ବେହେରା, ଜିଲୁ ସାହୁ, ଲିପୁନ ନାଏକ, ଚାହତ ମହମ୍ମଦ, ଶିବା ଶାଣ୍ଢ, ଗୁରୁ ଦଳେଇ, ରବି ଗୁରୁ, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। କ୍ଲବର ସମ୍ପାଦକ ପୀୟୂଷ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସବୁ କାର୍ଯ୍ଯ ପରିଚାଳନା କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.