ମଦନପୁର ଧନୁଯାତ୍ରା ମହୋତ୍ସବ 

ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ଡବ୍ଲୁଓଡ଼ିସି ସଦସ୍ୟ ଅବିନାଶ ଠାକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୋଟିଏ ପଟେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କର ଜନହିତକର ଯୋଜନା ଗୁଡିକ ଉପରେ ଜନସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ନେତ୍ରୁ ମଣ୍ଡଳୀ ଲାଗି ପଡ଼ିଥିବା ବେଳେ। ବିଦ୍ୟାଳୟ, କଲେଜ ପ୍ରଭୃତି ସ୍ଥାନରେ ନୁଆ ଓ…… ଆମ ଓଡ଼ିଶା ନବୀନ ଓଡିଶା ମାଧ୍ୟାମରେ ଓଡ଼ିଆ ଭାଷା ସାହିତ୍ୟ, ଜଗନ୍ନାଥ ସଂସ୍କୃତି ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଛି। ଗ୍ରାମ ପଞ୍ଚାୟତ ସ୍ତରରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କର ବିକାଶ ମୂଳକ କାର୍ଯ୍ୟକ୍ରମକୁ ନେଇ ଅନୁଷ୍ଠିତ ହେଉଛି ଗ୍ରାମ ପଞ୍ଚାୟତ ସ୍ତରୀୟ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ । ଆଉ ଗୋଟିଏ ପାଦ ଆଗକୁ ଯାଇ ଗାଁ ଗାଁ ରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ଜନ ସଚେତନତା ସୃଷ୍ଟି କରି ଜନପ୍ରିୟ ହେଉଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର। ଏହିକ୍ରମରେ ମଦନପୁର ରାମପୁର ବ୍ଳକ ଅନ୍ତର୍ଗତ ମୋହନଗିରି ଠାରେ ଆଞ୍ଚଳିକ ବିକାଶ ଧାରା ଟ୍ରଷ୍ଟ ଓ ପୂଜା କମିଟି ତରଫରୁ ଆୟୋଜିତ ଧନୁଯାତ୍ରା ମହୋତ୍ସବରେ ଶ୍ରୀ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଞ୍ଚଳର କଳା, ସଂସ୍କୃତି, ଲୋକଗୀତ, ଲୋକନୃତ୍ୟ ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ନେଇ ନିଜର ବକ୍ତବ୍ୟ ରଖିଥିଲେ। ଏହାସହ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋଚନା କରିଥିଲେ ଯୁବନେତା ଶ୍ରୀ ଠାକୁର।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.