ଅଲ ଇଣ୍ଡିଆ ରାମଧୂନ୍ କପ୍ ଫୁଟବଲ; ସେମିରେ ଭୁବନେଶ୍ଵର ଜଗା ୟୁନାଇଟେଡ଼

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ୧୫ ତମ ଅଲ ଇଣ୍ଡିଆ ରାମଧୁନ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନ ମ୍ୟାଚ୍ ରେ ଭୁବନେଶ୍ଵର ଜଗା ୟୁନାଇଟେଡ଼ ଏଵଂ କଲିକତା ବେଲଘରିଆ ଏଥେଲେଟିକ କ୍ଲବ୍ ମଧ୍ୟରେ ସଂଘର୍ଷ ପୁର୍ଣ୍ଣ ଖେଳ ଅନୁଷ୍ଟିତ ହୋଇଥିଲା। ସୁବର୍ଣ୍ଣପୁର ଏଡିଏମ ତଥା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର ମୁଖ୍ୟ ଅତିଥି ଭାବେ ଓ ସୋନପୁର ଏସଡିପିଓ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଯୁବ ସଂଗଠକ ନିଶାନ୍ତ ମହାନ୍ତି, ସୁବ୍ରତ ସେଠୀ, ଟ୍ରାକ୍ଟର ସଂଘ ସଭାପତି ଶିବ ନାରାୟଣ ବହିଦାର, ସମ୍ପାଦକ କୋଶୋଲେଶ୍ୱର୍ ବହିଦାର, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଜିର ଖେଳକୁ ଉଦ୍ଘାଟନ କରିଥିଲେ ଏବଂ ଆୟୋଜକ ଓ ଖେଳାଳି, ଦର୍ଶକଙ୍କୁ ଉତ୍ସାହିତ କରି ସୁନ୍ଦର ଆୟୋଜନ ଓ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ ପାଇଁ ଆୟୋଜକଙ୍କୁ ପ୍ରଶଂସା କରିଥିଲେ ଓ ଖେଳକୁ ଉପଭୋଗ କରି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ଭୁବନେଶ୍ଵର ଜଗା ୟୁନାଇଟେଡ଼ ଟିମ୍ ପ୍ରlୟୋଜକ ନାଇସେଟ୍ ସଂସ୍ଥା ପ୍ରୋପାଇଟର ରମଣ ପଧାନ, କଲିକତା ଟିମ ପ୍ରଯୋଜକ ବଗଳା ଜ୍ୱେଲର୍ସ ପ୍ରୋପାଇଟର ରୁପେଷ ଅଗ୍ରୱାଲ, ମହାନଦୀ ଧାରା ନିର୍ଦେଶକ ପ୍ଲାବନ ମହାପାତ୍ର, ପ୍ରମୋଦ ମହାନ୍ତି ମ୍ୟାନେଜର ଜ୍ୟୋତି ମୋଟର୍ସ୍ ଭୁବନେଶ୍ବର, ପୁରୁଷୋତ୍ତମ୍ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। କଲିକତା ବେଲଘରିଆ ଏଥଲେଟିକ କ୍ଳବ୍ କୁ ୨-୦ ଗୋଲ ରେ ହରାଇ ଭୁବନେଶ୍ୱର ଜଗା ୟୁନାଇଟେଡ଼ କ୍ଲବ ବିଜୟୀ ହୋଇଥିବା ବେଳେ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଭୁବନେଶ୍ଵର ଦଳର ଅବିନାଶ ମୁଣ୍ଡାଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ମୂଖ୍ୟ ରେଫରି ଭାବେ ଦିଲ୍ଲିପ ରାଉତ୍ ଖେଳ ପରିଚାଳନା ଓପିଇଟି ସଲିଳ ବେହେରା, ଶୁଭାଶିଷ ବେହେରା, ଫୋର୍ଥ ଅଫିସିଆଲ୍ ସଞ୍ଜୀବ ସାହୁ ସହଯୋଗ କରିଥିଲେ। ପ୍ରଭୁ ଦାଶ ଖେଳର ଧାରା ବିବରଣୀ ପ୍ରଦାନ୍ କରିଥିବା ବେଳେ ମିଡ଼ିଆ ସଂଯୋଜକ ମନୋରଂଜନ ତ୍ରୀପାଠୀ ଅତିଥି ସ୍ଵାଗତ ଓ ସଭା ସଂଯୋଜନା କରିଥିଲେ। ବିକାଶ ପଣ୍ଡା, ସୋମନାଥ ମିଶ୍ର, ରଞ୍ଜୁ ସାହୁ, ରାଜୀବ ସାହୁ, ବୁବୁନ ନାଏକ, ପରେନ୍ଦ୍ର ନାଏକ, ପଦ୍ମନାଭ ପାଢ଼ୀ, ଚନ୍ଦନ ବେହେରା, ଜିଲୁ ସାହୁ, ଲିପୁନ ନାଏକ, ଚାହତ ମହମ୍ମଦ, ଶିବା ଶାଣ୍ଢ, ଗୁରୁ ଦଳେଇ, ରବି ଗୁରୁ, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। କ୍ଲବ୍ ସମ୍ପାଦକ ପୀୟୂଷ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସବୁ କାର୍ଯ୍ଯ ପରିଚଳନା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.