ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ଏନ.ଏ.ସି ବଜାର ପଡ଼ା ସ୍ଥିତ ମଡର୍ନ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ନିର୍ଦେଶକ ମହମ୍ମଦ ୟୁସୁଫ ଆବାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ସିଂହଦେଓ, ମୁଖ୍ୟବକ୍ତା ଭାବେ ସ୍କୁଲର ଉପଦେଷ୍ଟା ତଥା ଶିକ୍ଷାବିତ୍ ଈଶ୍ୱର ପୂଜାରୀ, ସମ୍ମାନିତ ଅତିଥି ଭାବେ ଜୁନାଗଡ ଏନ.ଏ.ସି ଉପାଧ୍ୟକ୍ଷ ହିମାଦ୍ରି ନାଏକ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରି କାର୍ଯକ୍ରମ ଆରମ୍ଭ କରିଥିଲେ। ଶିକ୍ଷୟତ୍ରୀ ସୁଶ୍ରୀ ଭେଙ୍କେଟେଶ୍ୱରୀ ସାହୁ ସ୍ବାଗତ ଅବିଭାଷଣ ଓ ପ୍ରିନ୍ସିପାଲ ମୂମତାଜ୍ ଆବାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଜୁନାଗଡ଼ ବ୍ଲକରେ କିଛି ଭଲ ଇଂଲିଶ ସ୍କୁଲର ଆବଶ୍ୟକତା ଅଛି। ଆଶା କରୁଛୁ ଆସନ୍ତା ଦିନରେ ମଡର୍ଣ୍ଣ ପବ୍ଲିକ ସ୍କୁଲର ଗୁଣାତ୍ମକ ଶିକ୍ଷା ସେହି ଶୂନ୍ୟସ୍ଥାନକୁ ପୂର୍ଣ୍ଣ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହା ପରେ ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ।ଶିକ୍ଷୟତ୍ରୀ ସୁଶ୍ରୀ ପ୍ରତିଭା ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଜିତେନ୍ଦ୍ର ମେହେର ଓ କୁମାରୀ ବେହେରା ସହଯୋଗ କରିଥିଲେ।